Pratidin TV

Odisha's Digital News Platform

ତାତିରୁ ମିଳିବ ତ୍ରାହି ; ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ..

1 min read

ଭୁବନେଶ୍ୱର : ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି । ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । ରାଜ୍ୟରେ ଆଜିଠୁ କାଳବୈଶାଖିର ପ୍ରଭାବ ଦେଖାଦେବ । ସକାଳ ସମୟରେ ହାଲକା ପବନ ସହ ପାଗ କାଉଁଳିଆ ରହିବ । ଓଡିଶା ଉପକୂଳ ବଙ୍ଗୋପସାଗରର ପାଖାପାଖି ଏକ ଗୁରୁଚାପ ବଳୟ ଆସୁଛି, ତେଣୁ ତା ପ୍ରଭାବରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରିବ । ତେଣୁ କାଳ ବୈଶାଖୀ ବର୍ଷାର ସମ୍ଭାବନା ରହିଛି।

କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା । ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ସମ୍ଭାବନା । ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା-  ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,ରାୟଗଡା,ଗଜପତି,କନ୍ଧମାଳ ଓ ଗଞ୍ଜାମ ।

Advertisement

ସେହିପରି ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ମାଲକାନାଗିରି, କୋରାପୁଟ,ରାୟଗଡା, କନ୍ଧମାଳ, ଅନୁଗୁଳ,ଖୋର୍ଦ୍ଧା,ପୁରୀ,ଢେଙ୍କାନାଳ,କଟକ,ଜଗତସିଂହପୁର,ଯାଜପୁର,କେନ୍ଦ୍ରାପଡା,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ତେବେ ସୂ୍‌ର୍ଯ୍ୟଙ୍କର ପ୍ରଚଣ୍ଡ ରୈାଦ୍ର ତାପରୁ ଆଜିଠୁ ରାଜ୍ୟବାସୀଙ୍କୁ ଅଳ୍ପ ମୁକ୍ତ ମିଳିବ । ଅସହ୍ୟ ଖରା ଗରମରେ କେବଳ ମଣିଷ ଜାତି ଅସ୍ତବ୍ୟସ୍ତ ହେଉନାହନ୍ତି ।ତାସହ ପଶୁପକ୍ଷୀ ଇତ୍ୟାଦି ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଗ୍ରାମ ମାନଙ୍କରେ ପୋଖରୀ ଶୁଖିଯିବା ସହ ସହରର ଗୁଡିକରରେ ପଶୁମାନଙ୍କ ପାନୀୟ ଜଳର କୌଣସି ବ୍ୟବସ୍ଥା ନଥିବା ଯୋଗୁ ଅନେକ ହନ୍ତସନ୍ତ ହେଉଛନ୍ତି ପଶୁପକ୍ଷୀ ।

Leave a Reply

Your email address will not be published. Required fields are marked *