Pratidin TV

Odisha's Digital News Platform

ଜମ୍ମୁ- କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡ଼ିଆ ଯବାନ ; ଆଉ ଦିନକ ପରେ ଘରକୁ ଫେରି ପାଳିଥାନ୍ତେ ଆନିବର୍ଷରୀ

1 min read

ପୁରୀ : ଦେଶ ପାଇଁ ଜୀବନ ଦେଲେ ଓଡ଼ିଆ ପୁଅ ଜମ୍ମୁ କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡ଼ିଆ ଯବାନ ।
ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ସହିଦ ହୋଇଥିବା ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ସ୍ପଷ୍ଟ ହୋଇଛି । ଆତଙ୍କବାଦୀମାନେ ହମଲା କରିବା ପରେ ସେନା ଟ୍ରକରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସହିଦ ଯବାନ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଦେବାଶିଷ ବିଶ୍ବାଳ ।

ମିଳିଥିବା ସୂଚନା ଅନୁଯାୟୀ ଯବାନ ଜାମୁ କାଶ୍ମୀରରେ ସେନାରେ କାର୍ଯ୍ୟରତ ଥିଲେ । ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ବିବାହ କରିଥିଲେ। ୨୦୨୩ ଅକ୍ଷୟ ତୃତୀୟାକୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଦେବାଶିଷ ଦେଶ ପାଇଁ ବଳିଦାନ ଦେଇଛନ୍ତି।ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ସେ ବିବାହ କରିଥିଲେ। ମାତ୍ର ୭ ମାସ ତଳେ ଦେବାଶିଷ କନ୍ୟା ସନ୍ତାନର ବାପା ହେବାର ଗୌରବ ପାଇଥିଲେ। କିନ୍ତୁ ଏହି ସୁଖର ସଂସାର ଆଜି ଆତଙ୍କୀ ହମଲାରେ ଉଜୁଡ଼ି ଯାଇଛି।

Advertisement

ପୁରୀ ସତ୍ୟବାଦୀ ଆଳୁଗୁମ ଖଣ୍ଡାୟତ ସାହିରେ ଦେବାଶିଷ ବିଶ୍ବାଳଙ୍କ ଘର । ଆତଙ୍କବାଦୀମାନେ ବର୍ଷା ଓ କମ୍ ଦୃଶ୍ୟମାନର ସୁଯୋଗ ନେଇ ହମଲା କରିଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଳିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ହମଲା ପାଇଁ ନିଜକୁ ଦାୟୀ କରିଛି ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଯବାନଙ୍କ ଟ୍ରକ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ଆହତ ହୋଇଥିବା ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ଜମ୍ମୁ ଏଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *