Pratidin TV

Odisha's Digital News Platform

ପ୍ରଚଣ୍ଡ ଖରାରେ ନାହିଁ ଗୋଟିଏବି ଜଳଛତ୍ର ; ମୋହନା ଗ୍ରାମ ପଞ୍ଚାୟତରେ ହନ୍ତସନ୍ତ ଲୋକ

1 min read

ଗଜପତି : ଗ୍ରୀଷ୍ମର ପ୍ରଭାବରେ ବର୍ତ୍ତମାନ ଚାରିଆଡେ ଡହଳ ବିକଳ ହେଉଛି ସାରା ଓଡିଶା । ପଶୁପକ୍ଷୀ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ କେହି ବର୍ତୀ ନାହାନ୍ତି ଏହି ସୂର୍ଯ୍ୟଙ୍କ ଉଗ୍ର ରୁପରୁ । ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ କଲେଜ ମାନକୁ ବାରମ୍ୱାର ଛୁଟି ଘୋଷଣା କରି ଆଜିଠାରୁ ସମ୍ପୂର୍ଣ୍ଣ ଖରା ଛୁଟି ଘୋଷଣା କଲେ । କିନ୍ତୁ ଗଜପତି ଜିଲ୍ଲା ମୋହନା ସହରରେ ଜନସାଧାରଣ ଏଥିରୁ ବାଦ ପଢିନାହାନ୍ତି ।

ଜଙ୍ଗଲ ସଫା ହେବା ଯୋଗୁଁ ଏବେ ମୋହନା ସହରରେ ପାଖାପାଖି ୪୦ଡିଗ୍ରୀ ତାପମାତ୍ରା ରହୁଛି । ତେବେ ସହରରେ ପଞ୍ଚାୟତ ତରଫରୁ ବିଶ୍ରାମ ଗାର ଗୁଡ଼ିକରେ ଓ ଜନଗହଳି ସ୍ଥାନରେ ପିଇବା ପାଣିର ବ୍ୟବସ୍ତା ନଥିବା ଯୋଗୁଁ ଏହି ସହର କୁ ନିର୍ଭର କରୁଥିବା ୩୯ଟି ପଂଚାୟତର ଲୋକ ତଥା ପଡୋଶୀ ଜିଲ୍ଲାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

Advertisement

ସକାଳ ହେଲେ ଅନେକ ଲୋକ ବିଭିନ୍ନ ସରକାରୀ ତଥା ବେସରକାରୀ କାମରେ ଆସିଥାନ୍ତି ମୋହନା ସହରକୁ । ଗ୍ରୀଷ୍ମ ଋତୁରେ ପାଣି ର ସଙ୍କଟ ସହର ରେ ଥିବାରୁ ସହରରେ ନଳକୂପ କିମ୍ୱା କୂଅ ଟିଏ ବି ରାସ୍ତା କଡ କିମ୍ବା ବସଷ୍ଟାଣ୍ଡ ରେ ନାହିଁ । ଏମିତି କି ମୋହନା ପଂଚାୟତ କିମ୍ବା ବ୍ଲକ ତରଫରୁ ଲୋକଙ୍କ ପାଁଇ ଜଲଛତ୍ର ଟିଏ ବି ଖୋଲାଯାଇନାହିଁ । ଯାହାଫଳରେ ଅନେକ ଲୋକ ପାଣିଟିକେ ପିଇବା ପାଁଇ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଆମେ ଜଲଛତ୍ର କାହିଁକି ଖୋଲାଯାଇନି ବୋଲି ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ ପାଇଁ ବାରମ୍ବାର ସମ୍ପର୍କ କରିବାକୁ ଚେଷ୍ଟା କରିଥିଲୁ ହେଲେ ସରପଞ୍ଚଙ୍କ ସହ ଯୋଗାଯୋଗ ହେଇପାଇଲନି । ଏପେଟେ ସରପଞ୍ଚଙ୍କ କାର୍ଯ୍ୟାଳୟରେ ତାଲା ପଢି ଥିବା ଦେଖିବାକୁ ମିଳିଥିଲା । ତେବେ ଖବର ପ୍ରସାରଣ ପରେ ମୋହନା ସହରରେ କେବେ ହେବ ଜଳଛତ୍ର ଓ ଲୋକଙ୍କୁ ସୁବିଧାରେ କେବେମିଳିବ ପିଇବା ପାଣି ତାହାହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *