Pratidin TV

Odisha's Digital News Platform

ଆସିକା ମସଜିଦରେ ପାକିସ୍ତାନୀ ପତାକା ଉଡିବା ଘଟଣା ; ଦୃଢ କାର୍ଯ୍ୟନୁଷ୍ଠାନ ଦାବୀରେ ଡ଼ିଜିଙ୍କୁ ଭେଟିଲେ ହିନ୍ଦୁସେନାର ସଦସ୍ୟ

କଟକ : କିଛିଦିନ ତଳେ ଗଞ୍ଜାମ ଆସିକା ସ୍ଥିତ ଯାମିଆ ମସଜିଦରେ ପାକିସ୍ତାନର ଜାତୀୟ ପତାକା ଉଡ଼ିବାର୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା । କିଛି ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଦୁଇଦିନ ହେବ ସେହି ପତାକାକୁ କାଢିଦିଆଯାଇଥିଲା । ଯାହାକୁ ବିରୋଧ କରି କଟକ ବକ୍ସି ବଜ଼ାର ସ୍ଥିତ ଓଡିଶା ପୋଲିସ ମୁଖ୍ୟାଳୟରେ ମହା ନିର୍ଦେଶକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ହିନ୍ଦୁସେନା ପକ୍ଷରୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟରେ କେଉଁ ମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ତେବେ ହିନ୍ଦୁ ସେନାର କହିବା ଅନୁ୍ୟାୟୀ ବର୍ତ୍ତମାନ ଓଡିଶାକୁ ନିଜ ଟାର୍ଗେଟ ବନାଇଲେଣି ଆତଙ୍କି । ଓଡିଶାକୁ ନିଜ ସୁରକ୍ଷିତ ସ୍ଥାନ ବା ଲୁଚିରହିବାର କେନ୍ଦ୍ର ବନାଇଲେଣି ଆତଙ୍କୀ । ନିକଟରେ କୁଖ୍ୟାତ୍ ଗୁଡ୍ଡୁ ଗ୍ୟାଙ୍ଗଷ୍ଟର ମଧ୍ୟ ପୁରୀରେ ଲୁଚିଥିଲା । ଏହା ପୂର୍ବରୁ ଯାମିଆ ମସଜିଦରେ ପାକିସ୍ତାନୀ ପତାକା ଲାଗିବା କୌଣସି ଛୋଟକଥା ନୁହଁ ।

ଏଥିରେ ଅନେକ ଦେଶଦ୍ରୋହି ସାମିଲ ଥିବା କହିଛନ୍ତି ହିନ୍ଦୁସଂଗଠନ । ତେବେ ଯଦି ସେମାନେ ଆମ ଓଡିଶାରେ ପଶି ଏଭଳି କାଣ୍ଡ ଘଟାଇ ପାରୁଛନ୍ତି ତେବେ ଆମ ଇଣ୍ଟେଲିଜେନ୍ସ ସବୁ କରୁଛନ୍ତି କଣ ? କାହିଁକି ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ ।

Leave a Reply

Your email address will not be published. Required fields are marked *