Pratidin TV

Odisha's Digital News Platform

କଟକରେ ପହଞ୍ଚିଲା ସୁପରଫାଷ୍ଟ ‘ବନ୍ଦେ ଭାରତ ଏକ୍ସପ୍ରେସ’ , ୩ଟି ଟ୍ରାଏଲ ପରେ ପ୍ରଥମ ଥର ଓଡିଶାରେ ..

1 min read

କଟକ : ଆରମ୍ଭ ହେଲା ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍ । ଆଜି ସକାଳ ୬ ଟା ୧୦ ମିନିଟ୍‌ରେ ହାୱଡାରୁ ଯାତ୍ରା ଆରମ୍ଭ କରିଛି । ତେବେ ରେଳ ଷ୍ଟେସନ ଦେଇ ପୁରୀ ଅଭିମୁଖେ ବାହାରିଛି ବନ୍ଦେ ଭାରତ ଏକ୍ସପ୍ରେସ। ଆଜି କଟକ ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର୍ ୩ ରେ ପୂର୍ବ ନିର୍ଦ୍ଧାରିତ ସକାଳ ୧୧ ଟା ସମୟରେ ଆସି ପହଞ୍ଚିଥିବା ବେଳେ ଠିକ୍ ୧୧.୦୨ ସମୟରେ ଷ୍ଟେସନ ଛାଡିଥିଲା। ଆଜି ହାୱଡା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଫଳ ପରୀକ୍ଷଣ କରାଯାଇଛି।

ଏହି ଟ୍ରେନରେ କୌଣସି ଯାତ୍ରୀ ନଥିବା ବେଳେ ଟ୍ରେନଟିକୁ ଦେଖିବା ପାଇଁ ଷ୍ଟେସନ ପରିସରରେ ଜମିଥିଲା ନାହିଁନଥିବା ଭିଡ। ଲୋକେ ଟ୍ରେନ୍ ଅଟକିବା ମାତ୍ରକେ ଫଟୋ ଉଠାଇବା ସହ ସେଲ୍ଫି ନେବାରେ ବ୍ୟସ୍ତ ରହିଥିଲେ। ଏହି ଟ୍ରେନ ଓଡ଼ିଶା ପାଇଁ ଏକ ଗୌରବ ଓ ସମୟ ସାପେଖ୍ୟ ବୋଲି କହିଛନ୍ତି ଟ୍ରେନକୁ ଦେଖିବା ପାଇଁ ଆସିଥିବା ଲୋକେ।

Advertisement

ତେବେ ହାୱଡା ପରେ ଖଡଗପୁର,ଭଦ୍ରକ,ଯାଜପୁର ଓ କଟକରେ ୨ ମିନିଟ୍ ଲେଖାଏଁ ରହିବ । ତାପରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ମଧ୍ୟ ୨ ମିନିଟ୍ ଲେଖାଏଁ ରହି ପୁରୀରେ ମଧ୍ୟହ୍ନ ୧୨ ଟା ୩୫ ମିନିଟରେ ପହଞ୍ଚିବ । ଏହାପରେ ପୁଣି ଅପରାହ୍ନ ୧ଟା ୫୦ରେ ପୁରୀ ଷ୍ଟେସନ୍‌ରୁ ଛାଡି ରାତି ୮.୩୦ ରେ ହାୱଡାରେ ପହଞ୍ଚିବ ବୋଲି ରେଳମନ୍ତ୍ରଣାଳୟ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଅନୁ୍‌ଯାୟୀ ଓଡିଶାରେ ପ୍ରଥମଥର ଗଡିବାକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବା ପୂର୍ବରୁ ୩ଟି ଟ୍ରାଏଲ ରନ୍ କରାଯିବା ୨ୟ ଟ୍ରାଏଲ ରନ୍ ଏପ୍ରିଲ ୩୦ ତାରିଖ ଦିନ ହାୱଡାରୁ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ କରାଯିବ । ସେହିଭଳି ମେ ମାସ ୧ ତାରିଖରେ ୩ୟ ଟ୍ରାଏଲ ରନ୍ କରାଯିବ ।

Leave a Reply

Your email address will not be published. Required fields are marked *