Pratidin TV

Odisha's Digital News Platform

ଏପ୍ରିଲ ମାସ ଖରାରେ ମୁନ୍ଦାଏ ପାଣି ପାଇଁ ରାସ୍ତାରେ ବସିଲେ ଗ୍ରାମବାସୀ

ମୟୁରଭଞ୍ଜ : ମୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେବି ଗ୍ରାମବାସୀଙ୍କୁ ମିଳିପାରୁନି ଶୁଦ୍ଧ ପାନୀୟ ଜଳ । ଯାହାକୁ ନେଇ ଆଜି ତାତିଛନ୍ତି ଗ୍ରାମବାସୀ ଆଜି ହାତରେ ଗରାବାଲ୍ଟିଧରି ଗ୍ରାମର ମହିଳା ଏବଂ ପୁରୁଷ ରାଜ୍ୟରାଜପଥ ଅବରୋଧ କରିଛନ୍ତି. । ମୟୁରଭଞ୍ଜ ଜିଲ୍ଲା କପ୍ତିପଦାଥାନା ଉଦଳା – ଠାକୁର ମୁଣ୍ଡା ରାସ୍ତାର ପୋଡାଡିହା ଆଇଟିଆଇ ଛକ ନିକଟରେ ମହିଳା ମାନେ ହାତରେ ଗରାବାଲ୍ଟିଧରି ରାଜ୍ୟରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ଉଦଳା ଠାକୁର ମୁଣ୍ଡା ଯୋଗା ଯୋଗ ବାଧା ପ୍ରାପ୍ତ ହୋଇଛି ।

ରାସ୍ତାର ଦୁଇପାର୍ଶ୍ଵରେ ଯାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି କୋଳିଅଳମ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳବ୍ୟବସ୍ଥାରେ ପାଣିବୁନ୍ଦାଏ ଗ୍ରାମବାସୀ ପାଇପାରୁ ନାହାନ୍ତି ଏହି ପଞ୍ଚାୟତ ଅଧୀନରେ ଥିବା ଚାରିଗୋଟି ଗ୍ରାମର ପ୍ରାୟ ଶତାଧିକ ପରିବାର ପାଣିବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ।

ପାନୀୟ ଜଳର ସୁବିଧା ନଥିବାବେଳେ ବାରମ୍ବାର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କେହି ସେଥିପ୍ରତି କର୍ଣ୍ଣପାତ ନ କରିବାରୁ ଆଜି ଗ୍ରାମବାସୀ ତାତିଛନ୍ତି । ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆନଗଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନ ରତ ଗ୍ରାମବାସୀ ।

ଦୁଭାଗ୍ୟର ବିଷୟ ଏଇଆ ଯେ ରାଜ୍ୟ ଉନ୍ନତିକରଣର ପ୍ରଚାର ଓ ପ୍ରସାର କରୁଥିବା ବେଳେ ଓଡିଶାରେ ଅନେକ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *