Pratidin TV

Odisha's Digital News Platform

ସରକାରଙ୍କ ସାହାର୍ଯ୍ୟ ମିଳିଲେ ଆଗକୁ ଉଚ୍ଚ ଶିକ୍ଷା କରି ଆତ୍ମନିର୍ଭର ହୋଇପାରନ୍ତେ ‘ଭିନ୍ନକ୍ଷମ ରାମ ହେମ୍ବ୍ରମ’

1 min read

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସି ପଂଚାୟତ ବାରନମ୍ବର ପଡ଼ାର ଭିନ୍ନକ୍ଷମ ରାମ ହେମ୍ବ୍ରମ ଜିଲ୍ଲା ସଦର ମହକୁମାର ଦଧିବାମନ ଜୀଉ ମୁକ ବଧିର ବିଦ୍ୟାଳୟ ପାଠ ପଢୁଥିଲେ । କରେଶପଣ୍ଡେନ୍ସ କୋର୍ସ ଯୋଗେ ୨୦୨୨ ମସିହାରେ ୬୦୦ ରୁ ୫୧୬ ନମ୍ବର ରଖି ମାଟ୍ରିକ ପାଶ କରିବା ପରେ ଅର୍ଥକ୍ଷଭାବରୁ ବର୍ଷେ ହେବ ପାଠ ପଢ଼ାରୁ ବଂଚିତ ଅଛନ୍ତି । ପିଲା ଦିନୁ ଚିତ୍ର କଳା ପ୍ରତି ଆଗ୍ରହୀ ରାମ ପାଠ ପଢା ସହିତ ପେନସିଲ ଓ ତୁଳି ମୁନରେ ବିଭିନ୍ନ ଚିତ୍ର ସୃଷ୍ଟି କରିଛନ୍ତି ।

କେତେବେଳେ କେମିତି ମାଟିର ମୂର୍ତ୍ତି ଗଢି ପଡୋଶୀ ଓ ପରିବାରକୁ ଚକିତ କରନ୍ତି । ପରିବାର ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଜମିରେ ଚାଳ ଛପର ଘର କରି ରହୁଛନ୍ତି । ମାତ୍ର ଦିନ ମଜୁରିଆ ବିଜୟହେମ୍ବ୍ରମ ବୟସାଧିକ ହେବାରୁ ରୋଜଗାର ଶୂନ୍ୟ ହେତୁ ଚାଳ ଛପର କରି ନପାରି ପଲିଥିନ ପକାଇ ଦିନ କାଟୁଛନ୍ତି । ଏଭଳି ସ୍ଥିତିରେ ଭିନ୍ନ କ୍ଷମ ପୁଅକୁ ପାଠ ପଢାଇ ମଣିଷ କରିବାର ସ୍ବପ୍ନ ସାକାର ପାଇଁ ସରକାରଙ୍କୁ ଗୁହାରି କରନ୍ତି ।

Advertisement

ଜନଜାତି ବର୍ଗର ରାମଙ୍କୁ ବଧିର ସ୍କୁଲ ରେ ପାଠ ପଢ଼ାଇବାର ଦିଗ ଦେଖାଇଥିବା ସ୍ବେଛାସେବୀ ତଥା ଗାଁ ପଡୋଶୀ ଦୀନବନ୍ଧୁ ମୁର୍ମୁ “ବିଭୁତି କନୁନଗୋ କଳା ମହାବିଦ୍ୟାଳୟ ରେ +୨ ଶିକ୍ଷାଗ୍ରହଣ ପାଇଁ ଚେଷ୍ଟା ଚଳାଇଛନ୍ତି । ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସାକ୍ଷାତ କରି ସରକାରୀ ସହାୟତାରେ ଶିକ୍ଷାଗ୍ରହଣ ପାଇଁ ବ୍ୟବସ୍ଥା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଆହୁରି ମଧ୍ୟ ଗାଁର ମା ଛେଉଣ୍ଡ ମୁକ ବଧିର ପିଲାକୁ ପାଞ୍ଚ ଜଣରେ ଜଣେ କରାଇ ରୋଜଗାର କ୍ଷମ କରାଇପାରିଲେ ଈଶ୍ୱର ଶାନ୍ତି ହେବେ ଏବଂ ଗ୍ରାମବାସୀ ଖୁସି ବ୍ୟକ୍ତ କରିବେ ବୋଲି କହନ୍ତି ।

Leave a Reply

Your email address will not be published. Required fields are marked *