Pratidin TV

Odisha's Digital News Platform

ମୁଣ୍ଡ ଫଟା ଖରାକୁ ଛୋଟା ଗୋଡରେ ୩ କିଲୋମିଟର ଛୋଟେଇ ଆସିଲେ ଟ୍ରାଇସାଇକେଲ ପାଇଁ

1 min read

ନୟାଗଡ : ଢୋ ଢୋ ମୁଣ୍ଡ ଫଟା ଖରା ପାଇଁ ଦଶପଲ୍ଲା ସହରର ରାଜପଥ ସୁନ୍ ସାନ ଥିବାବେଳେ ଏହି ଖରାକୁ ଖାତିରି ନକରି ଛୋଟା ଗୋଡ଼ ରେ ଛୋଟେଇ ଛୋଟେଇ ହାତରେ ନାହିଁ ଆଶାବାଢି । ଏକ ଭଙ୍ଗା ଟେବୁଲ ସାହାର୍ଯ୍ୟରେ ସହର ଭିତରେ ଚାଲି ଚାଲି ଯାଉଥିବା ଏଇ ବୁଢ଼ା ମଉସା ଜଣକ ହେଉଛନ୍ତି ସୁବଳ ବେହେରା । ଘର ଭୋଗରାଇ । । ବୟସ ସତୁରୀ ଟପିଲାଣି ଚର୍ମ ମଧ୍ୟ ଧୁଡୁ ଢୁଡୁ ହେଲାଣି ହେଲେ ମନରେ ଅକୁଣ୍ଠ ଆସା ନେଇ ନିଜ ଗାଁ ଗୋଡ଼ି ବିଡା ଠାରୁ ୩ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ଖରାରେ କିଛି କାଗଜପତ୍ର ସାଙ୍ଗରେ ଧରି ଚାଲିଛନ୍ତି ଟ୍ରାଇସାଇକଲ ପାଇଁ । ଖାତିର ନାହିଁ ମୁଣ୍ଡଫଟା ଖରାକୁ , ଖାତିର ନାହିଁ ଭଙ୍ଗା , ଛୋଟା ଗୋଡକୁ , ସାଇକେଲଟିଏ ମିଳିଲେ ମଉସା ଟିକେ ଆରାମ ପାଇବେ ବୋଲି ଆଜି ସବୁ କଷ୍ଟ ଯନ୍ତ୍ରଣାକୁ ଅଣଦେଖା କରି ଚାଲିଛନ୍ତି ବାବୁ ମାନଙ୍କ ପାଖକୁ ।

ମଉସା ବାଟରେ ଚାଲିଯାଉଥିବା ସମୟରେ ଏଭଳି ଦୃଶ୍ୟ ପଡିଥିଲା ଆମ ପ୍ରତିଦିନ ଟିଭି ରିପୋର୍ଟର ଭାଇଙ୍କ ଆଖିରେ । ପଚାରିବାରୁ ମଉସା ବଖାଣିଥିଲେ ନିଜ ଦୁଃଖ । ମଉସା ଜଣଙ୍କ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଏଯାଏଁ ସାଇକେଲଟିଏ ମିଳିପାରିନାହିଁ । ବ୍ଲକ ଅଧିକାରୀମାନେ ବା ବ୍ଲକରେ କାର୍ଯ୍ୟ କରୁଥିବା ବାବୁ ମାନେ କହିଛନ୍ତି ଯେ ମଉସା ଜଣକ କାଗଜ ପତ୍ର ଆଣି କାର୍ଯ୍ୟାଳୟରେ ଦେଲେ ତାପରେ ଟ୍ରାଇସାଇକେଲ ମିଳିବ । ସେଇଥିପାଇଁ ମଉସା ତରତର ହୋଇ ବାହାରିପଡିଛନ୍ତି ଖରାରେ କିଛି କାଗଜପତ୍ର ଧରି ବ୍ଲକ ବାବୁଙ୍କ ପାଖକୁ ।

Advertisement

ମଉସାଙ୍କୁ କୁଆଡେ ଶୀତତାପ ନିୟନ୍ତ୍ରିତ ଘର ଭିତରେ ବସି ଥିବା ବାବୁ ମାନେ କହିଛନ୍ତି ତମେ ତମ କାଗଜ ପତ୍ର ଆଣି ଆମ କାର୍ଯ୍ୟାଳୟରେ ଦେଲେ ତମକୁ ଟ୍ରାୟେ ସାଇକଲ ମିଳିବ ତେଣୁ ମଉସା ଟିକେ ସହଜ ରେ ଚାଲି ବୁଲି ପାରିବେ ବୋଲି ଜୀବନ ବିକଳ ରେ ମୁଣ୍ଡ ଫଟା ଖରା କୁ ଖାତିରି ନ କରି ଦଉଡ଼ି ଯାଉଛନ୍ତି ବ୍ଲକ କାର‌୍ୟ୍ୟାଳୟ କୁ।

Leave a Reply

Your email address will not be published. Required fields are marked *