Pratidin TV

Odisha's Digital News Platform

ଦୁର୍ଘଟଣା ଖୋଲିଲା ବେଆଇନ୍ ଗୋ-ଚାଲାଣ ରୁଟ୍ , ଆଖିବୁଜିଲେ ୬ ଗାଈ ଉଦ୍ଧାର ହେଲେ ୫୫..

1 min read

ଜଳେଶ୍ୱର : ଦୁର୍ଘଟଣା ଖୋଲିଦେଲା ବେଆଇନ ଗୋ ଚାଲାଣ ରୁଟ । ଓଡ଼ିଶାରୁ ଏବେ ଭାୟା ଜଳେଶ୍ୱର ଲକ୍ଷ୍ମଣନାଥ ନୁହେଁ ବରଂ ଓଡିଶା ରୁ ଭାୟା ଜଳେଶ୍ୱର-କମର୍ଦା- ଭୋଗରାଇ ଦେଇ ହେଉଛି ପଶ୍ଚିମବଙ୍ଗ ଗୋ ଚାଲାଣ ।ଗୋରୁ ବୋଝେଇ ପିକଅପ ଦୁର୍ଘଟଣା ଗ୍ରସ୍ତ , ୬ଗୋରୁ ମୃତ । ଦୁର୍ଘଟଣା ପରେ ରାସ୍ତା ଜାମ ହେବାରୁ ଫସିଲା ଅନ୍ୟ ଏକ ଗୋରୁ ବୋଝେଇ ଟ୍ରକ ଯେଉଁଥିରେ କି ପ୍ରାୟ ୪୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର । ଥମି ବାରେ ନା ଧରୁନି ବେ ଆଇନ ଗୋ-ଚାଲାଣ ।

ସୂଚନା ମୁତାବକ ବାଲେଶ୍ବର ଜଳେଶ୍ୱର ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ କାଶିଡିହା ନିକଟରେ ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଅପ ଭରସ୍ୟମ ହରାଇ ନୟନଯୋରୀ କୁ ଖସିଥିଲା । ସ୍ଥାନୀୟ ଅଞ୍ଚଳରେ କିଛି ଯୁବକ କ୍ୟାଟେରିଂ ସାରି ଫେରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ପିକଅପ ଦେଖି ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକ, ଅଗ୍ନିଶମ ବିଭାଗ, ପୋଲିସ ସହାୟତାରେ ପିକଅପ ରୁ ୧୫ ଗୋର ଉଦ୍ଧାର ହୋଇଥିବା ବେଳେ ସେଥିରୁ ୬ ଗୋରୁ ଙ୍କ ମୃତ୍ୟୁ ହୋଇଛି।

ଅପରେପକ୍ଷରେ ରାସ୍ତା ଜାମ ହୋଇଥିବା ରୁ ଅନ୍ୟ ଏକ ଗୋରୁ ବୋଝେଇ ଟ୍ରକ ଟି ରାସ୍ତା ରେ ଛିଡା ହୋଇଥିବା ଗ୍ରାମବାସୀ ଦେଖିବାକୁ ପାଇ ସେହି ଟ୍ରକ ଟିକୁ ଅଟକାଇ ପୋଲିସ କୁ ହସ୍ତାନ୍ତର କରିଥିଲେ। ଟ୍ରକ ରେ ୪୦ରୁ ଉର୍ଦ୍ଧ ଗୋରୁ ଥିବା ବେଳେ ପିକଅପ ଏବଂ ଟ୍ରକ ର ଡ୍ରାଇଭର ଏବଂ ହେଲ୍ପର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଏନେଇ ଅଧିକ ତଦନ୍ତ କରୁଛି ଜଳେଶ୍ୱର ପୋଲିସ ।

Leave a Reply

Your email address will not be published. Required fields are marked *