Pratidin TV

Odisha's Digital News Platform

(ଭିଡିଓ)ସମ୍ବଲପୁରୀ ସାର୍ଟ ଖୋର୍ଦ୍ଧା ଗାମୁଚା ପିନ୍ଧି ୟୁରୋପର ସବୁଠାରୁ ଉଚ୍ଚତମ ପର୍ବତ ଚଢିଲେ ‘ସିଦ୍ଧାର୍ଥ ରାଉତରାୟ’ , କହିଲେ କିଭଳି କଷ୍ଟସାଧ୍ୟ ଥିଲା ଯାତ୍ରା..

1 min read

ଭୁବନେଶ୍ୱର : ରାଜନିତିରେ ନିଜର ଭିନ୍ନ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି କଂଗ୍ରେସ୍ ନେତା ସୁର ରାଉତରାଏ । କିନ୍ତୁ ବର୍ତ୍ତମାନ ରାଜ୍ୟ ତଥା ଦେଶବାସୀଙ୍କ ପାଇଁ ଗର୍ବ ସାଉଁଟିବା ସହ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ।
ୟୁରୋପ ମହାଦେଶର ସବୁଠୁ ଉଚ୍ଚତମ ବରଫ ପର୍ବତ ‘ଏମଟି ଏଲବର୍ସକୁ ’ ୭ ଦିନରେ ଚଢି ଶୀଖରରେ ପାଦଦେଇଥିଲେ । ଆଉ ସେଠାରେ ପବିତ୍ର ଶଂଙ୍ଖ ଧ୍ୱନିକୁ ବଜାଇ , ଜୟ ଜଗନ୍ନାଥ,ଜୟ ଲିଙ୍ଗରାଜ୍ ,ଜୟ ମାତାଦି ଇତ୍ୟାଦି ଭକ୍ତିରେ କହିଚାଲିଥିଲେ।

ତେବେ ସିଦ୍ଧାର୍ଥ ୨୫ ଏପ୍ରିଲରୁ ପର୍ବତ ଯାତ୍ରା ଆରମ୍ଭ କରିଥିଲେ । ଯାହା ଏତେ ସହଜ ନଥିଲା । ହାଡଭଙ୍ଗା ଶୀତକୁ ବରଫର ଝଡକୁ ସାମ୍ନା କରିଥିଲେ ସିଦ୍ଧାର୍ଥ । କିନ୍ତୁ ପାଗ ଖରାପ ସହ ବରଫ ଝଡ ଯୋଗୁ ସେଠାରେ ତୁଷାରଙ୍କର ସାଥୀ ୧୨ ହଜାର ୫୦୦ ଫୁଟ୍ ଉପରୁ ଫେରିଆସିଥିଲେ । କିନ୍ତୁ ହାର ମାନିନଥିଲେ ଓଡିଆ ପୁଅ ସିଦ୍ଧାର୍ଥ । ନିଜ ମନକୁ ସୁଦୃଢ କରି ଆଧ୍ୟତ୍ମିକ ଶକ୍ତିକୁ ସ୍ମରଣ କରି ଆଗକୁ ବଢିବାର ନିଷ୍ପତ୍ତି ନେଇଥିଲେ । ଆଉ ଶେଷରେ ସେ ଚତ୍ମକାର ସଫଳତା ପାଇଥିଲେ ଯାହା ଆଜି ଆମ ଆଖି ସମ୍ମୁଖରେ ।

Advertisement

ହୁଏତ ଆମ ମାନଙ୍କୁ ଏସବୁ କଥା ସାଧାରଣ ଲାଗୁଥାଇ ପାରେ କିନ୍ତୁ ଜଣେ ବରଫ ପର୍ବତକୁ ଚଢିବା ଓ ଶିଖରରେ ପହଞ୍ଚିବା ଏତେ ସହଜ କଥା ନୁହେଁ । ଜୀବନ ମୃତ୍ୟୁର ସଂଷର୍ଷ କରି ପର୍ବତ ଆରୋହି ମାନେ ସେଠାରେ ପହଞ୍ଚିଥାନ୍ତି । କାରଣ ମାଇନର ୩୫ ଡ୍ରିଗ୍ରୀର ଥଣ୍ଡା ସହ ବରଫ ଝଡ ବା ହିମସ୍କଳନ ପର୍ବତ ଆରୋହିଙ୍କ ବଡ ଶତ୍ର ହୋଇଥାଏ ।
ସବୁଠୁ ବଡ କଥା ହେଲା ଓଡିଆ ପୁଅ ସିଦ୍ଧାର୍ଥ ପର୍ବତ ଚଢିବା ସମୟରେ ସମ୍ବଲପୁରୀ ସାର୍ଟ ଓ ବେକରେ ଏକ ଖୋର୍ଦ୍ଧାା ଗାମୁଛା ପିନ୍ଧିଥିଲେ । ଯାହା ତାଙ୍କୁ ଏକ ୟୁରୋପରେ ମଧ୍ୟ ଓଡିସା ସହ ବାନ୍ଧି ରଖିଥିଲା । ବା ପରିବାରର ଅନୁଭବ କରାଉଥିଲା ।

Leave a Reply

Your email address will not be published. Required fields are marked *