Pratidin TV

Odisha's Digital News Platform

(ଭିଡିଓ)ଲାଞ୍ଜିଗଡ ୩ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ; ସୁନୀତି ମୁଣ୍ଡଙ୍କ ହସ୍ତକ୍ଷେପରେ ଧରାପଡିଲା ୫ମ ଅଭିଯୁକ୍ତ

1 min read

କଳାହ।ଣ୍ଡି : ଲାଞ୍ଜିଗଡ ବେତିଆପଡାର ୩ ଆଦିବାସୀ ନାବାଳିକାଙ୍କୁ ୧୬ ଦିନ ତଳେ ହୋଇଥିବା ଦୁଷ୍କର୍ମ ମାମଲାରେ ଧରା ପଡିଲା ୫ ମ ଅଭିଯୁକ୍ତ । ପୂର୍ବ ସୂଚନା ଅନୁଯାୟୀ ବେତିଆପଡାର ୩ ନାବାଳିକା ଯାତ୍ରା ଦେଖିô ରାତି ୩ ଟା ସମୟରେ ଘରକୁ ଫେରୁଥିବା ବେଳେ୫ ଜଣ ଯୁବକ ହଠାତ୍ ସେମାନଙ୍କ ଉପରକୁ ଆକ୍ରମଣ କରି ଜଙ୍ଗଲକୁ ଟେକି ନେଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରି ପୋଲ ତଳକୁ ୩ ନାବାଳିକାଙ୍କୁ ଫିଙ୍ଗି ଦେଇଥିଲେ । ଏହାପରେ ପରିବାର ଲୋକେ ସମୃକ୍ତ ମାମଲା ଜାଣିବା ପରେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ତୁରନ୍ତ ସମୃକ୍ତ ମାମଲାର ତଦନ୍ତ କରି ୪ ଜଣଙ୍କୁ ଗିରଫ୍ କରିଥିବା ବେଳେ ୫ ମ ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା ଧରିପାରିନଥିଲା । ଗତକାଲି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ ସୁନୀତି ମୁଣ୍ଡଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତ ଧରାପଡିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *