Pratidin TV

Odisha's Digital News Platform

ନିଶ୍ଚିନ୍ତକୋଇଲିରେ ଚାଞ୍ଚଲ୍ୟ ; ସାମ୍ନାକୁ ଆସିଲା ୫୨ ବର୍ଷିୟ ବ୍ୟକ୍ତିଙ୍କ କଳାକାରନାମା , ନାବାଳିକାକୁ ଅପହରଣ କରି ..

ନିଶ୍ଚିନ୍ତକୋଇଲି : ନାବାଳିକାଙ୍କୁ ବିଚ୍ ରାସ୍ତାରୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ତିନି ଦିନ ଅପହରଣକାରୀ ଙ୍କ କବ୍ଜା ରେ ରହିବା ପରେ ପୋଲିସ ଦ୍ବାରା ନାବାଳିକା ଉଦ୍ଧାର ଓ ଅପହରଣକାରୀ ୫୨ ବର୍ଷୀୟ ବୃଦ୍ଧ ଗିରଫ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ପଂଚାୟତରୁ। ଏହି ଅଂଚଳର ଜଣେ ନାବାଳିକା ଗତ ୩୦ ତାରିଖ ସଂଧ୍ୟାରେ ଗାଁରେ ହେଉଥିବା ଏକ ବିବାହ ଭୋଜି ଖାଇବାକୁ ଯାଇଥିବା ବେଳେ ରାସ୍ତାରୁ ଜୋର୍ ଜବରଦସ୍ତ ଅପହରଣ କରାଯାଇଥିବା ପରିବାର ଲୋକେଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ପରେ ପରିବାର ଲୋକେ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନଥିଲେ। ତେଣୁ ଗତ ୧ ତାରିଖରେ ନାବାଳିକାଙ୍କ ବାପା ନିଶ୍ଚିନ୍ତକୋଇଲି ଥାନାରେ ଝିଅକୁ କିଏ ଅପହରଣ କରିନେଇଥିବାର ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

କୌଣସି ସୂତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସେହି ଗାଁର ୫୨ ବର୍ଷୀୟ କୈଳାସ ଲେଙ୍କା ଓରଫ୍ ରବିନଙ୍କ ଘରୁ ନାବାଳିକା ଙ୍କୁ ଉଦ୍ଧାର କରିବା ସହ ରବିନ୍କୁ ଗିରଫ କରିଛି। ରବିନ୍ ସ୍ଥାନୀୟ ବଜାରରେ ଏକ ସାଇକେଲ ରିପେୟାରିଂ ଦୋକାନ କରିଥିବା ସୂଚନା ମିଳିଛି। ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୮୫/୨୦୨୩ ରେ ମାମଲା ରୁଜୁ କରି ୩୬୩ ଅପହରଣ ନିମନ୍ତେ ଦଣ୍ଡ,୩୬୬ ହରଣଚାଲ୍ କରି ବିବାହ ନିମନ୍ତେ ବାଧ୍ୟ କରିବା,୩୭୬ ଅପହରଣ ବ୍ୟକ୍ତି ଙ୍କୁ ନିଜ ନିୟନ୍ତ୍ରଣାଧୀନ ରଖିବା ଏବଂ ୪ ପୋସ୍କୋ ଆକ୍ଟ ଭଳି ସଙ୍ଗୀନ ଦଫା ଲଗାଇ ରବିନ୍ କୁ ମେଡିକାଲ ଚକଅଫ୍ କରି କଟକ ପୋସ୍କୋ କୋର୍ଟ କୁ ପଠାଇଛି। ଏପଟେ ଅଭିଯୁକ୍ତ କୈଳାସ ଲେଙ୍କା ଓରଫ୍ ରବିନ୍ କୁ ପଚାରିବାରୁ, ତାଙ୍କୁ ଏଥିରେ ଫସାଇ ଦିଆଯାଇଥିବା ବୋଲି ପ୍ରତିକ୍ରିୟା ରେ କହିଛନ୍ତି।

Leave a Reply

Your email address will not be published. Required fields are marked *