Pratidin TV

Odisha's Digital News Platform

ଡହ ଡହ ଖରାକୁ ଛୋଟା ଗୋଡ , ଭତ୍ତା ବଦଳରେ ବୃଦ୍ଧ ପାଉଛନ୍ତି ଜମ ଦଣ୍ଡ

1 min read

ପିପିଲି : ଭତ୍ତା ଟିକିଏ ପାଇଁ ଏ ପରିଣତ ବୟସରେ ହନ୍ତସନ୍ତ ହେଉଛନ୍ତି ଅନେକ ବୃଦ୍ଧା ମଉସା ମାଉସୀ । ଅସହ୍ୟ ଖରାକୁ ଛୋଟା ଗୋଡ । ଏପଟେ ତଣ୍ଟି ସୁଖି ଅଠା ହୋଇଯାଉଛି । ଟିକିଏ ନିଶ୍ୱାସ ମାରି ବାଟରେ ନଲକୂପରୁ ବୁଢା ମଉସାଟିଏ ପାଣି ପିଇ ପୁଣି ଛୋଟେ ଛୋଟେଇ ଚାଲିଛି ବ୍ୟାଙ୍କ୍ । ଏହା କୌଣସି ଗପ ନୁହଁ ବରଂ ପିପିଲି ବ୍ଲକର ଏକ ଦୃଶ୍ୟ ।

ପୁରୀ ଜିଲ୍ଲା ପିପିଲି ବ୍ଳକର ଅନେକ ପଞ୍ଚାୟତ ଭତା ମିଳୁଥିବା ହିତାଧିକାରୀ ମାନଙ୍କୁ ଭତା ବଦଳରେ ମିଳୁଛି ଜମ ଦଣ୍ଡ। ଚନ୍ଦ୍ରାଦେଇପୁର ପଞ୍ଚାୟତ ୧ ନମ୍ବର ୱାଡର ନାରାୟଣ ସ୍ବାଇଁ ବୟସ ୮୦ ବର୍ଷ ରୁ ଉର୍ଦ୍ଧ ହେଲେ ତାଙ୍କ ଗୋଡ଼ ଛୋଟା ହେଲେ ସେଇ ଛୋଟା ଗୋଡ଼ରେ ଛୋଟେଇ ଛୋଟେଇ ୨କିଲୋମିଟର ଡହ ଡହ ଖରାରେ ଆସୁଥିବା ଦେଖିବାକୁ ମିଳିଥିଲା। ହେଲେ ପଞ୍ଚାୟତରେ ମିଳିବା ବଦଳରେ ବ୍ୟାଙ୍କ୍କୁ ଏତେ କଷ୍ଟ କରି ଅନେକ ଛୋଟା ଅନ୍ଧ ହିତାଧିକାରୀ ମାନଙ୍କ ଭତା ପାଇଁ ଯାଉଥିବାରୁ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement

କେବେ ଏ ଜମ ଦଣ୍ଡ ଦୁର ହେବେ ତାହା ଦେଖିବାକୁ ବାକି ରହିଲା। ନିକଟରେ ଜଣେ ବୃଦ୍ଧା ମାଉସୀ ମଧ୍ୟ ଭର୍ତ୍ତା ଟଙ୍କା ପାଇଁ ଛୋଟା ଗୋଡରେ ଏକ ଚେୟାର ସାହାର୍ଯ୍ୟରେ ଛୋଟାଇ ଛୋଟାଇ ଯାଇ ବ୍ୟାଙ୍କରୁ ଅନେକ ଥର ନିରାଶ ହୋଇ ଫେରିଥିଲେ। କିନ୍ତୁ ପରେ ଏହି ଖବର ଫାଇନାନ୍ସ ମିନିଷ୍ଟର ନିର୍ମଲା ସିତାରାମଣଙ୍କ ଦୃଷ୍ଟିରେ ପଡିବା ପରେ ଏସବିଆଇ ବ୍ୟାଙ୍କଙ୍କୁ କଡା ବଚନ ଶୁଣାଇଥିଲେ ମ୍ୟାଡାମ୍ ଏବଂ ପରେ ଏହି ମାଉସୀଙ୍କ ଘରକୁ ଆସି ବ୍ୟାଙ୍କ୍ କର୍ମଚାରୀ ମାନେ ଭତ୍ତା ଟଙ୍କା ଦେଇଯାଇଥିଲେ ।

Leave a Reply

Your email address will not be published. Required fields are marked *