Pratidin TV

Odisha's Digital News Platform

(ଭିଡିଓ)ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ବେଳେ ଥରୁଥିଲା ମହାମହିମଙ୍କ ହାତ

1 min read

ରାଇରଙ୍ଗପୁର : ଆଜି ମା ଆସିଛି କିନ୍ତୁ କୋଳକୁ ଆସୁନାହାନ୍ତି ସୁନା ପୁଅ ମା ଆଜି ଖୋଜୁଛି ପୁଅ ମାନଙ୍କୁ ହେଲେ ପୁଅ ମାନେ ଯେ ପାଲଟି ଯାଇଛନ୍ତି ପଥର । ମା ହାତରେ ଫୁଲ ଅଛି ହେଲେ ନାହିଁ ସେଥିରେ ସତେଜତା । ମନ ଭିତରେ ଗୁମୁରି ଗୁମୁରି କାନ୍ଦୁଛି ମା । ହଁ ଆମଏ ଏଠି ମହାମହିମଙ୍କ କଥା କହୁଛୁ ଦୁନିଆ ବାସୀଙ୍କ ଆଖିରେ ସିନା ସେ କଠୋର ସୁଦୃଢ ମହାମହିମ କିନ୍ତୁ ଆଜିବି ସେ କାଳଦିନର କଥା ଭାବି ଥରିଉଠୁଛି ମହାମହିମଙ୍କ ହାତ । ଅକାଳରେ ୨ ପୁଅ ଓ ସ୍ୱାମୀ ଛାଡି ଦେଇଥିଲେ ହାତ । ଜୀବନର ଏତେସବୁ ଝଡଝଞ୍ଜା ପରେ ବି ହାର ମାନିନଥିଲେ ମହାମହିବ । ନିଜ ମନ ବଳକୁ ବାନ୍ଧି ଦେଶ ଜାତିର ସେବା ପାଇଁ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ । ଦେଖିବାକୁ ଗଲେ ଏତେବଡ ଦୁନିଆରେ ଝିଅଟିଏ ଛଡା ତାଙ୍କର ଆଉ କେହି ନିଜର ନାହାନ୍ତି । କିନ୍ତୁ ସାରା ଭାରତବାସୀଙ୍କୁ ନିଜ ପରିବାର ଭାବି ସମୟ ପଥରେ ଆଗକୁ ବଢୁଛନ୍ତି ସେ ।

Advertisement

Leave a Reply

Your email address will not be published. Required fields are marked *