Pratidin TV

Odisha's Digital News Platform

ରାଜରାସ୍ତାରେ ମାଳ ମାଳ ପାଟ୍ରୋଲିଙ୍ଗ୍ ଗାଡି ; ଗଳି କନ୍ଦିରେ ଚାଲିଛି ରୋଡ୍ ରୋମିଓଙ୍କ ଦାଦାଗିରୀ

1 min read

ଭୁବନେଶ୍ୱର : ଶୁକ୍ରବାର ନୟାପଲ୍ଲୀରେ ଘଟିଥିବା ରୋଡ ରୋମିଓଙ୍କ ତୁମୁଳ କାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ପୋଲିସ । ଅଭିଯୁକ୍ତ ମାନେ ସେହି ନୟାପଲ୍ଲୀ ଭୋଇ ସାହିର ବୋଲି ସୂଚନା ମିଳିଛି ।

ରାଜଧାନୀ ରାଜରାସ୍ତାରେ ମାଳ ମାଳ ପାଟ୍ରୋଲିଙ୍ଗ୍ ଗାଡି ହେଲେ ଗଳି କନ୍ଦିରେ ଚାଲିଛି ରୋଡ୍ ରୋମିଓଙ୍କ ଉତ୍ପାତ୍ । ଗତ ଶୁକ୍ରବାର ନୟାପଲ୍ଲୀ ଭୋଇସାହିରେ କମେଣ୍ଟ ମରାକୁ ନେଇ ବିଳମ୍ବିତ ରାତିରେ ତାଣ୍ଡବ ରଚିଥିଲେ ପ୍ରାୟ ୧୦ ରୁ ୧୨ ଜଣ ରୋଡ ରୋମିଓ । ଭୋଇସାହି ସ୍ଥିତ ଏକ ଲେଡିଜ୍ ହଷ୍ଟେଲର ଯୁବତୀଙ୍କୁ କମେଣ୍ଟ ମାରିବା ସହ , ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏହା ସହ ସେଠାରେ ମାରପିଟ୍ ଏବଂ ଭଙ୍ଗାରୁଜା ମଧ୍ୟ ଆରମ୍ଭ କରିଦେଇଥିଲେ । ନୟାପଲ୍ଲୀ ଅଞ୍ଚଳରେ ଅନେକଗୁଡିଏ ହଷ୍ଟେଲ ରହିଛି ।

Advertisement

ହଷ୍ଟେଲ ଠାରୁ କିଛି ଦୂରରେ ଅସାମାଜିକ ଯୁବକମାନେ ଖଟି କରୁଛନ୍ତି । କାହାକୁ କମେଣ୍ଟ କରୁଛନ୍ତି ତ ପୁଣି କାହାକୁ ଅଶ୍ଳୀଳ ଇଙ୍ଗିତ । ଯଦି କୌଣସି ଯୁବତୀ ଅଭିଯୋଗ କରୁଛି ଏମାନେ ତାଙ୍କୁ ହଇରାଣ କରୁଛନ୍ତି । କିଛି ଯୁବତୀ ଲୋକଲଜ୍ଜ୍ୟା ଭୟରେ ଥାନାକୁ ଆସୁନାହାନ୍ତି । ଆଉ ଯଦି କେହି ପ୍ରତିବାଦ କରୁଛି ତେବେ ଶୁକ୍ରବାର ଘଟଣା ଭଳି ଏଭଳି ଭଙ୍ଗାରୁଜା କରୁଛନ୍ତି କିଛି ଅସାମାଜିକ ଯୁବକ । ଯେଉଁଥିପାଇଁ ଭୟରେ ବର୍ତ୍ତମାନ ନୟାପଲ୍ଲୀରୁ ହଷ୍ଟେଲ ଛାଡୁଛନ୍ତି ଅନ୍ତେବାସୀ ।

ରାଜଧାନୀର ରାଜରାସ୍ତାରେ ମାଳ ମାଳ ପୋଲିସ ପାଟ୍ରୋଲିଙ୍ଗ୍ ଗାଡି ଘୂରିବୁଲିଥିବାବେଳେ କାହିଁକି ଏଭଳି ଜାଗା ଗୁଡିକରେ ପାଟ୍ରୋଲିଙ୍ଗ୍ କରୁନାହିଁ କମିଶନରେଟ୍ ପୋଲିସ ?

Leave a Reply

Your email address will not be published. Required fields are marked *