Pratidin TV

Odisha's Digital News Platform

ଡ୍ୟୁଟି ସମୟରେ ହୋମଗାର୍ଡଙ୍କ ପରଲୋକ

1 min read

କେନ୍ଦ୍ରାପଡା : ଆଳି ଥାନାର ଗୃହରକ୍ଷୀ ଭାବେ କାର୍ଯ୍ୟରତ ଅଶୋକ ମଳିକଙ୍କର ଗତ ରାତିରେ ଡିୟୁଟିରେ ଥିବା ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି ।

ଗତ ରାତିରେ ଅଶୋକ ଆଳି ବଜାରରେ ପେଟ୍ରୋଲିଙ୍ଗ ଡ୍ୟୁଟିରେ ନିୟୋଜିତ ଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସାଥି କର୍ମଚାରୀ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡିକାଲ ନେବା ସମୟରେ ଅଶୋକଙ୍କର ପରଲୋକ ଘଟିଥିଲା । ଅଶୋକ ତାଙ୍କ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାର ବେସାହାରା ହୋଇପଡ଼ିଛନ୍ତି ।

Advertisement

ପରିବାର କହିଲେ ସ୍ତ୍ରୀ ଆଉ ୨ଟି ସନ୍ତାନ । ପୁଅ ଯୁକ୍ତ ୨ ରେ ପାଠ ପଢୁଥିବା ବେଳେ ଝିଅଟି ଗାଁ ସ୍କୁଲରେ ପଢୁଛି । ଯଦି ସରକାରଙ୍କ ତରଫରୁ ତାଙ୍କୁ କୌଣସି ପ୍ରକାରର ସରକାରୀ ଅନୁକମ୍ପା ଯୋଗାଇ ଦିଆଯାଆନ୍ତା ତେବେ ପରିବାରର ଦୁଃଖ କିଛି ମାତ୍ରାରେ କମ୍ ହୋଇ ପାରନ୍ତା ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *