Pratidin TV

Odisha's Digital News Platform

ଟଙ୍କା ପାଇଁ ମା’କୁ ଜୀଅନ୍ତା ଜାଳିଦେଲା ରାକ୍ଷସ ପୁଅ

1 min read

ଯାଜପୁର : ଟଙ୍କା ଲୋଭରେ ବାୟା ହେଉଛି ମଣିଷ । ଭୁଲିଯାଉଛି ରକ୍ତର ସମ୍ପର୍କ । ତାହାବି ପୁଣି ଅନ୍ତ ଚିରି ଜନ୍ମ ଦେଇଥିବା ମାୁଁ ଆଗରେ ମଧ୍ୟ ପଇସା ହୋଇଯାଇଛି ବଡ । ଟଙ୍କା ପାଇଁ ମାଁକୁ ଜୀଅନ୍ତା ଜାଳିଦେଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜାଫରପୁର ପଞ୍ଚାୟତରେ ଘଟିଛି ।

ଜାଫରପୁର ଗ୍ରାମରେ ମା କୁ ଜାଳି ବଡ଼ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଛନ୍ତି ମୃତ ମହିଳା ଜଣଙ୍କର ଭାଇ । ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ଜାଫରପୁର ପଂଚାୟତ ଜଗବନ୍ଧୁ ମାଲିକଙ୍କ ସ୍ତ୍ରୀ ସଞ୍ଜୁଲତା ମଲିକ (୪୮) । ତାଙ୍କର ବଡ଼ ପୁଅ ବିପିନ ଦେଢ଼ ବର୍ଷ ହେଲା ଅନ୍ୟ ଜାତିରେ ବିବାହ ହୋଇଥିବାରୁ ପାରିବାରିକ ବିବାଦ ବାରମ୍ବାର ଦେଖାଦେଉଥିଲା । ଏଭୁ ପୁଅ ପ୍ରଥମେ ନିଜ ସ୍ତ୍ରୀକୁ ନେଇ ବାହାରେ ରହୁଥିବା ବେଳେ କିଛି ଦିନ ହେବ ସେ ନିଜ ପତ୍ନୀକୁ ଧରି ଘରେ ରହୁଥିଲା । ଗାଁରେ ରହି କିଛି ବ୍ୟବସାୟ କରିବ ବୋଲି ବିପିନ୍ ମାଁଙ୍କୁ ଦେଢ ଲକ୍ଷ ଟଙ୍କା ମାଗିଥିଲା । ମାତ୍ର ସଞ୍ଜୁଲତା ଟଙ୍କା ନାହିଁ କହି ବିପିନକୁ ମୁହଁମୁହିଁ ମନାକରିଦେଇଥିଲେ ।

Advertisement

ଏହାପରେ ପ୍ରତ୍ୟକ ଦିନ ମାଁ ପୁଅଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଗତକାଲି ରାତିରେ ମାଁ ପୁଅଙ୍କ ମଧ୍ୟରେ ଏହି ବଚସା ଆରମ୍ଭ ହୋଇ ଏହା ଭୟଙ୍କର ରୂପ ନେଇଥିଲା । ଯାହାର ପରିଣାମ ସ୍ୱରୂପ ବିପିନ ରାଗରେ ନିଜ ମାଁ ଦେହରେ ନିଆଁ ଲଗାଇବଦେଇଥିଲେ । ସଞ୍ଜୁଲତା ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲେ ମାତ୍ର ପଡୋଶୀ ମାନେ ପହଞ୍ଚିବା ବେଳକୁ ସଞ୍ଜୁଲତା ପୁରା ଜଳିଯାଇଥିଲେ । ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେଠାରୁ ମୌକା ଦେଖି ପୁଅ ବିପିନ ଓ ବୋହୂ ଫେରାର ହୋଇଯାଇଥିଲେ ।

ଖବର ପାଇ ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯିବ ବୋଲି ଜଣାଯାଇଛି। ପୋଲିସ ବର୍ତ୍ତମାନ ସଞ୍ଜୁଲତାଙ୍କ ଭାଇଙ୍କ ଅଭିଯୋଗ ଆଦାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *