Pratidin TV

Odisha's Digital News Platform

ପୁଣି ଅନ୍ଧାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ , କେବେ ପଡିବ ପ୍ରଶାସନର ଦୃଷ୍ଟି ..

1 min read

ରାୟଗଡ଼ା : କିଟି କିଟି ଅନ୍ଧାର ରାତିରେ ଟର୍ଚ୍ଚ ଆଲୁଅରେ ବୁହା ହୋଇ ନଦୀ ପାର ହୋଇଛନ୍ତି ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଗାଡ୍ରା ମୁହିଁ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅତ୍ୟନ୍ତ ଦୁଃଖ ଭରା ବିଚିତ୍ର ଦୃଶ୍ୟ ।

ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗାଁ କୁ କାମ ମାଁ କୁ ସମ୍ନାନ ବୋଲି ଡିଙ୍ଗୁରା ମାରୁଥିବା ବେଳେ । ସରକାର ଙ୍କ କୁହା କଥାକୁ ମାଁ ଙ୍କୁ କେଉଁ ପ୍ରକାର ସମ୍ନାନ ମିଳୁଛି ତାହା ଆପଣ ମାନେ ଏ ଦୃଶ୍ୟ ଦେଖି ଜାଣିପାରୁଥିବେ। ଅନ୍ଧାର ରାତିରେ ପରିହା ମାଝୀ ଙ୍କ ସ୍ତ୍ରୀ ରଞ୍ଜିତା ମାଝୀ ଗର୍ଭପ୍ରସବ ଜନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କେମିତି ନଦୀ ନାଳ ପାର କରି ନେବା ଦୃଶ୍ୟ ଦେଖିବାକୁ ମିଳିଛି।

Advertisement

କାଶିପୁର ବ୍ଲକ ଏକ ଆଦିବାସୀ ବହୁଳ ପଛୁଆ ଅଞ୍ଚଳ ହୋଇ ଥିବା ବେଳେ କୌଣସି ଅଫିସର କି ନେତା ମନ୍ତ୍ରୀ ଏଥି ପ୍ରତୀ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳ ବାସୀ ମାନେ କହୁଛନ୍ତି ।ଲୋକ ମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ସମସ୍ୟା ଘେରାରେ ପଡ଼ି ଏହି ପରି ଅସୁବିଧା ର ଖବର ପ୍ରାୟ ସମୟରେ ଖବରକାଗଜ କିମ୍ବା ଟିଭିରେ ପ୍ରସାରଣ ହୋଇ ଥିବା କିଛି ନୂଆ କଥା ନୁହେଁ ବୋଲି ଲୋକ ମାନେ କହୁଥିବା ଶୁଣିବା ପାଇଁ ମିଳିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କାଶିପୁର ଅଞ୍ଚଳର ସମସ୍ୟା ସୁଧୁରିବ କେବେ ?

Leave a Reply

Your email address will not be published. Required fields are marked *