Pratidin TV

Odisha's Digital News Platform

ଝାରସୁଗୁଡା ଉପନିର୍ବାଚନ ; ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା..

1 min read

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ , ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା । ଭୋଟପରେ ଷ୍ଟ୍ରଙ୍ଗ ରୁମ ବୁଲିଲେ ଝାରୁସୁଗୁଡା ଏସପି । ଏହା ସହ ସୁରକ୍ଷା ଦାୟିତ୍ୱରେ ଅଧିକରୀଙ୍କ ସହ ଆଲୋଚନା କଲେ ଏସପି ।

ଝାରସୁଗୁଡା ଇଞ୍ଜିନିଅରିଂ ସ୍କୁଲ ପରିସରରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ଭିତରେ ଇଭିଏମ ଏବଂ ଭିଭିପାଟ ମେସିନକୁ ରଖାଯାଇଛି । ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା କରାଯାଇଛି । ସିସି ଟିଭି ସ୍କାନରରେ ଇଭିଏମ ଏବଂ ଭିଭିପାଟ ମେସିନ ରହିଛି । ତାସହ ଷ୍ଟ୍ରଙ୍ଗ ରୁମର ସମ୍ପୂର୍ଣ୍ଣ ଏରିଆ ସିସି ଟିଭି ସ୍କାନରେ ରହିଛି । ନିର୍ବାଚନ ଗାଇଡଲାଇନ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Advertisement

ପ୍ରଥମ ବଳୟରେ ଏକ ପ୍ଲାଟୁନ CRPF ମୁତୟନ ରହିଛନ୍ତି । ସେହିଭଳି ଦ୍ଵିତୀୟରେ ରାଜ୍ୟ ସଶସ୍ତ୍ର ବାହିନୀ । ଏବଂ ତୃତୀୟରେ ଜିଲା ପୋଲିସ ମୁତୟନ ରହିଛନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ବିନା ଅନୁମତିରେ କେହି ବି ଭିତରକୁ ଯାଇ ପାରିବେ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନାଦେବା ସହ ଆଜି ସକାଳେ ଆସି SP ନିଜେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

Leave a Reply

Your email address will not be published. Required fields are marked *