Pratidin TV

Odisha's Digital News Platform

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ସମନ ଜାରି କଲା ଇଡି

1 min read

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଅଡୁଆରେ ପଡିଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ପୂର୍ବତନ କଂଗ୍ରେସ ସଭାପତି ଏବଂ ବର୍ତ୍ତମାନର ସଭାପତି ତଥା ଏହି ମା’-ପୁଅ ଯୋଡିଙ୍କୁ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଇଡି ପକ୍ଷରୁ ସମନ କରାଯାଇଛି । ଅର୍ଥ ହେରଫେର ମାମଲାରେ କଂଗ୍ରେସର ଏହି ଦୁଇ ଶୀର୍ଷସ୍ତରୀୟ ନେତାଙ୍କୁ ସମନ କରାଯାଇଛି । ୨୦୧୫ରୁ ଏହି ମାମଲାର ତଦନ୍ତ ବନ୍ଦ ରଖାଯାଇଥିଲା । ତେବେ ମଙ୍ଗଳବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ୯ ଦିନିଆ ଇଡି ହେପାଜତ ପଠାଯିବା ପରେ ପୁଣି ଥରେ ଏହି ମାମଲାକୁ ଖୋଲା ଯାଇଛି ।

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ପରେ ଏହି ମାମଲାର ତଦନ୍ତ କରାଯାଇଥିଲା । ତେବେ ଆବଶ୍ୟକୀୟ ପ୍ରମାଣ ନ ମିଳିବାରୁ ୨୦୧୫ରେ ଇଡି ପକ୍ଷରୁ ମାମଲାର ତଦନ୍ତ ବନ୍ଦ କରି ଦିଆଯାଇଥିଲା । ତେବେ କଂଗ୍ରେସ ନେତୃତ୍ୱଙ୍କୁ ସମନ ମିଳିବାକୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା । ସୁର୍ଜେୱାଲା କହିଛନ୍ତି ୧୯୪୨ରେ ଯେତେବେଳେ ନ୍ୟାସନାଲ ହେରାଲ୍ଡ ଆରମ୍ଭ କରାଯାଇଥିଲା ସେ ସମୟରେ ମଧ୍ୟ ଇଂରେଜ ମାନେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଇଂରେଜ ମାନେ ନାହାନ୍ତି କିନ୍ତୁ କିଛି ଲୋକ ଏବେବି ସମାନ ପ୍ରୟାସ ଜାରି ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *