Pratidin TV

Odisha's Digital News Platform

ବୋଲେରୋରେ ଆସିଲେ… ବୋମା ଫୁଟାଇ ଚାଲିଗଲେ, ଦେଖନ୍ତୁ ଭିଡିଓ…..

1 min read

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଅପରାଧୀଙ୍କ ଦୌରାତ୍ମ୍ୟ । ଆଠଗଡ଼-ତିଗିରିଆ ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମର ଶରତ କୁମାର ରାଉତଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରୀରେ ବୋଲେରୋ ଗାଡିରେ ଆସି ଘର ଆଜବେଷ୍ଟଉପରକୁ ଅଚାନକ ବୋମା ମାଡ଼ କରି ଥିଲେ। ଫଳରେ ସେହି ଘରେ ଶୋଇଥିବା ୪ଜଣ ସଦସ୍ୟ ମଧ୍ୟରୁ ୨ ଜଣ ଆହତ ଅବସ୍ଥାରେ ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି।
ଏହି ଘଟଣା ସମୟରେ ଉକ୍ତ ଘରେ ବସି ପାଠ ପଢ଼ୁଥିବା ଶରତ ରାଉତଙ୍କ ୧୯ବର୍ଷର ପୁଅ ଶାଶ୍ୱତ ରାଉତ ଓ ତାଙ୍କ ଘରେ ରହି ପାଠ ପଢୁଥିବା ନରସିଂହପୁର ରେଗେଡା଼ ଅଞ୍ଚଳର ତାଙ୍କ ମାଉସୀ ଝିଅ ମୋନାଲିସା ପ୍ରଧାନ ୧୯ ବର୍ଷ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତିଗିରିଆ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ସୁଚିତ୍ରବିର‌ ଜେନା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *