ଘୋଉଡାଉଥିଲା ପୋଲିସ ! ଚୋରା ବିଦେଶୀ ମଦ ଚାଲାଣକୁ ଧରାପକାଇଲେ ତଦସିଲଦାର ଓ ଅବକାରୀ ବିଭାଗ
1 min readଚାନ୍ଦବାଲି : ଦିନକୁ ଦିନ ଗାଁ ଗାଁରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି କିଛି ନଜାଣିଲା ପରି ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ଚୋରା ମଦ କାରବାରରେ ମୁଖ୍ୟ ହେଉଛି ସରକାରୀ ମଦ ଦୋକାନ ନିଜର ବେପାରକୁ ବଢାଇବା ପାଇଁ ଅବକାରୀ ନିୟମକୁ ଫୁକରି ଚୋରାରେ ସ୍ଥାନୀୟ ମଦ ବେପାରୀ ମାନଙ୍କୁ ଚୋରାରେ ମଦ ଯୋଗାଇଥାନ୍ତି।
ବିଶେଷ ସୃତ୍ରରୁ ଖବର ପାଇ ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୂତାର ଏବଂ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଘଣ୍ଟେଶ୍ୱର ମାର୍କେଟରେ ଥିବା ବିଭିନ୍ନ ହୋଟେଲରେ ଅଚାନକ ଚଢ଼ାଉ କରିଥିଲେ । ସେଠାରୁ ୫୨ପେଟି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି।
ଏଠି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ହୋଟେଲରେ ଏତେ ପରିମାଣର ମଦ ଆସିଲା କେଉଁଠୁ ଏମଦ ସବୁ ଯୋଗାଉଥଲା କିଏ ? ପାଖରେ ଘଣ୍ଟେଶ୍ୱର ଫାଣ୍ଡି ଥିଲେ ମଧ୍ୟ ଜାଣି ପାରୁନଥିଲା କେମିତି ?