ଆର୍ଯ୍ୟନ୍ ଡ୍ରଗ୍ସ ଲିଙ୍କ୍ ମାମଲା ; ଗିରଫ୍ କରିଥିବା ଏନସିବି ଅଫିସରଙ୍କ ଘରେ CBI ରେଡ୍ ..
1 min readମୁମ୍ବାଇ : ରିଲ୍ ଲାଇଫ୍ ଭଳି ରିଅଲ ଲାଇଫ୍ରେ ରିଭେଞ୍ଜ ନେଲେ କିଙ୍ଗ୍ ଖାନ୍ । ୩ ଅକ୍ଟୋବର ୨୦୨୧ ରେ କିଙ୍ଗ୍ ଖାନଙ୍କ ପରିବାର ଉପରକୁ ମାଡିଆସିଥିଲା କଳା ବାଦଲ । ଡ୍ରଗ୍ସ ଲିଙ୍କ୍ କେସ୍ରେ ଏନସିବି ଦ୍ୱାରା ଗିରଫ୍ ହୋଇ ଜେଲ୍ ଯାଇଥିଲେ କିଙ୍କ୍ ଖାନଙ୍କ ଲାଡଲା ଆର୍ଯ୍ୟନ ଖାନ୍ । ଜେଲରେ ପ୍ରାୟ ୪ ସପ୍ତାହ ରହିବା ପରେ ଆର୍ଯ୍ୟନଙ୍କୁ ବେଲ ମିଳିଥିଲା । ଏହା ସହ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା ନେଇ ଏନସିବି ଦ୍ୱାରା ଏକ କ୍ଲିନ୍ ଚିଟ୍ ମଧ୍ୟ ଦିଆଯାଇଥିଲା ।
ତେବେ ୨ ବର୍ଷ ପରେ ହଠାତ୍ ଏନସିବିର ମୁଖ୍ୟ ସମୀର ୱାନ୍ଖଡେଙ୍କ ଘରେ ରେଡ୍ ପଡିଥିବାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । କିଙ୍ଗ୍ ଖାନଙ୍କ କିଛି ପ୍ୟାନ୍ସ ଏହାକୁ ସାହରୁଖଙ୍କ ରିଭେଞ୍ଜ ବୋଲି କହୁଛନ୍ତି । କାରଣ ଆର୍ଯ୍ୟନଙ୍କୁ ମିଛ କେସ୍ ରେ ଫସାଇ ଗିରଫ୍ କରି ଲାଞ୍ଚ ନେଇଥିବା ଅଫିସର ଆଉ କେହି ନୁହଁନ୍ତି ବରଂ ସମୀର ୱାନ୍ଖଡେ ।
ତେବେ ଗତକାଲି ସମୀରଙ୍କ ଘରେ ପ୍ରାୟ ୧୩ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆ । ମିଳିଥିବା ସୂଚନା ଅନୁଯାୟୀ ସମୀରଙ୍କ ଘରୁ ପ୍ରିଣ୍ଟର ସମେତ ସିବିଆଇ ଅନେକ ଡକ୍ୟୁମେଣ୍ଟ ନିଜ ହେପାଜକୁ ନେଇଛି । ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ମାମାଲାରେ ସମୀର ୨୫ କୋଟିର ଲାଞ୍ଚ ମାଗିଥିବା ଅଭିଯୋଗ ସହ ତାଙ୍କ ନାଁରେ ଭ୍ରଷ୍ଟାଚାର ଓ ଏକ ଦୁର୍ନୀତି ମାମାଲା ମଧ୍ୟ ରୁଜ୍ଜୁ ହୋଇଛି।