Pratidin TV

Odisha's Digital News Platform

ଗର୍ବ ଓ ଗୌରବ ସାଉଁଟିଲା ପାରାଦ୍ୱୀପ ବନ୍ଦର , ସୃଷ୍ଟି କଲା ନୂଆ ରେକର୍ଡ

1 min read

ପାରାଦ୍ୱୀପ : ଚଳିତ ବର୍ଷ ସାଗର ଶ୍ରେଷ୍ଠ ସମ୍ମାନ ରେ ସମ୍ମାନିତ ହେଲା ପାରାଦୀପ ପୋର୍ଟ । ସର୍ବଭାରତୀୟ ମେଜର ପୋର୍ଟ ଭିତରେ ସର୍ବାଧିକ କାର୍ଗୋ ହ୍ୟାଣ୍ଡଲିଂ କ୍ଷେତ୍ରରେ ବନ୍ଦର ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୯୨ ମିଲିୟନ ମେଟ୍ରିକ ଟନ୍ ଅଧିକ କାର୍ଗୋ ହ୍ୟାଣ୍ଡଲିଙ୍ଗ କରିବାରେ ପାରାଦୀପ୍ ବନ୍ଦର ରେକଡ଼ ସ୍ରୁଷ୍ଟି କରିଥିବା ବେଳେ ସେଥିପାଇଁ ମଧ୍ୟ ପାରାଦୀପ୍ ବନ୍ଦର କୁ ସମ୍ମାନିତ କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ୍ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରାନାଧ ପ୍ରକାଶ କରିଛନ୍ତି । ଏହି ସଫଳତାକୁ ନେଇ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ଜଳ ମାର୍ଗ ମନ୍ତ୍ରଣାଳୟ ପାରାଦୀପ୍ ବନ୍ଦର କୁ ସମ୍ମାନିତ କରିଥିବା ବେଳେ ବନ୍ଦର କର୍ତ୍ତୁପକ୍ଷ ସମସ୍ତ୍ ବନ୍ଦର ଶ୍ରମିକ , କର୍ମଚାରୀ , ବରିଷ୍ଠ ଅଧିକାରୀ , ଷ୍ଟିଭଡୋର , ଆମଦାନୀ ରପ୍ତାନୀ ଏଜେନ୍ସି କୁ ଧନ୍ୟବାଦ ଦେଇଛନ୍ତି ।

Advertisement

ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଆଜି ପାରାଦୀପ୍ ବନ୍ଦର ଏଭଳି ସମ୍ମାନ ର ହକଦାର ହୋଇପାରିଛି ବୋଲି ବନ୍ଦର ଅଧ୍ୟକ୍ଷ ମଧ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *