Pratidin TV

Odisha's Digital News Platform

ମ୍ୟାଟ୍ରିମୋନୀରେ ଫସିଗଲେ ଓ.ଏ.ଏସ୍ ମ୍ୟାଡାମ୍ , ବିବାହର ୩ ମାସ ପରେ ସାମ୍ନାକୁ ଆସିଲା ଏମିତି ସତ ..

1 min read

ଜୟପୁର : ମାଟ୍ରିମୋନୀରୁ ବିବାହ କରି ଫସିଗଲେ ଓଏଏସ୍ ମ୍ୟାଡାମ୍ । ବିବାହର ୩ ମାସ ପରେ ସାମ୍ନାକୁ ଆସିଲା ଏଭଳି ସତ ଯାହା ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଜୟପୁରର ଓ.ଏ.ଏସ୍ ରିତୁ ସିଂ । ୯ ଫ୍ରେବୃଆରୀ ୨୦୨୩ ରେ ହାତକୁ ୨ ହାତ ହୋଇଥିଲେ ରିତୁ । ବିବାହ ପରେ ସ୍ୱାମୀଙ୍କ ସହ ଖୁସିରେ ମଧ୍ୟ ଥିଲେ । ହେଲେ ବିବାହର ୩ ମାସ ପରେ ସମ୍ପର୍କରେ ଉଠିଥିଲା ବିଶ୍ୱାସର ଝଡ । ରିତୁ ନିଜ ସ୍ୱାମୀଙ୍କୁ ଆଇଡି କାର୍ଡ ଦେଖାଇବାକୁ କହିବା ପରେ , ସ୍ୱାମୀ ଅନେକ ବାହାନା ଦେଖାଇଥିଲେ । ଯେଉଁଠୁ ରିତୁଙ୍କୁ ମନରେ ଅବିଶ୍ୱାସ ସୃଷ୍ଟି ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ବିବାହର କିଛି ମାସ ପୂର୍ବରୁ ମାର୍ଟିମୋନୀରେ ରିତୁଙ୍କର ସ୍ୱାମୀଙ୍କ ସହ ଦେଖାହୋଇଥିଲା । ତେବେ ନିଜକୁ ନାଲକୋର ଡେପୁଟି ମ୍ୟାନେଜର କହି ପରିଚିତ କରାଇଥିଲେ ଯୁବକ ଜଣକ । ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଶେଷରେ ବିବାହ ହୋଇଥିଲା । କିନ୍ତୁ ଯେତେବେଳେ ବିବାହ ପରେ ସ୍ୱାମୀ ରିତୁଙ୍କୁ କିଛି ଲୁଚାଉଥିବା ରିତୁ ଜାଣିବାକୁ ପାଇଁ ସ୍ୱାମୀଙ୍କ ପଛରେ ଅନୁସନ୍ଧାନ ଆରମ୍ଭ କରିଥିଲେ ।

Advertisement

ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ମ୍ୟାଟ୍ରିମୋନୀରେ ମିଛ ପରିଚୟ ଦେଇ ତାଙ୍କୁ ବିବାହ କରିଛନ୍ତି । ଏସେ ନାଲକୋରେ ଡେପୁଟି ମ୍ୟାନେକର ଚାକିରୀ କରିଥିବା କହି ରିତୁ ଏବଂ ତାଙ୍କ ପରିବାରକୁ ଧୋକାରେ ରଖିଛନ୍ତି । ଏହାପରେ ସ୍ୱାମୀ ରିତୁଙ୍କ ଫୋନ ନ ଉଠାଇବା ସହ ଧରାଛୁଆ ହେଉନଥିବା କହିଛନ୍ତି ରିତୁ । ଏନେଇ ରିତୁ ନିରୂପାୟ ହୋଇ ଶେଷରେ ଜୟପୁର ଟାଉନ୍ ଥାନାରେ ଅଭିଯୋଗ କରିଛ

Leave a Reply

Your email address will not be published. Required fields are marked *