Pratidin TV

Odisha's Digital News Platform

ଦୁର୍ବୁତ୍ତଙ୍କ ଗୁଳିରେ ଟଳିଲେ ସମାଜସେବୀ ତଥା ଆଶା ସଂସ୍ଥାର ନିର୍ଦ୍ଦେଶକ …

1 min read

ରାୟଗଡା : ପୋଲ ଉପରେ ସମାଜ ସେବୀଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବତ୍ତ। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଗୁଣପୁର ବଂଶଧାରା ନଦୀ ପୋଲ ଉପରେ ଘଟିଛି । ଆଶା ସଂସ୍ଥାର ନିର୍ଦେଶକ ସହ ସମାଜ ସେବୀ ଭାବେ ବେଶ ଲୋକପ୍ରିୟ ଗୈାରୀ ମିଶ୍ର ଙ୍କୁ ଗୁଳିମାଡ କଲେ ଅଜଣା ଦୁର୍ବତ୍ତ ଯାହା ଫଳରେ ଘଟଣା ସ୍ଥଳରେ ଚାଲିଯାଇଛିି ତାଙ୍କ ଜୀବନ।
ଦୁର୍ବୁତ ମାନେ ସମାଜ ସେବୀଙ୍କ ମୁଣ୍ଡରେ ଗୁଳି ମାଡ କରି ଫେରାର୍ ହୋଇଯାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଗୁଣପୁର ପୁରୁଣା ଷ୍ଟେଟ୍ ବ୍ୟାଙ୍କ ସାହିରେ ଗୈାରୀ ମିଶ୍ରଙ୍କ ଘର ହୋଇଥିବା ବେଳେ ସେ କୌଣସି କାମରେ ଓଭର ବ୍ରିଜ୍ ଦେଇ ଯାଉଥିବା ସମୟରେ ଗୁଳିମାଡ ହୋଇଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଜଣା ପଡିଛି।

Advertisement

ଗୁଣପୁର ପୋଲିସ୍ ଘଟଣା ସ୍ଥଳରୁ ଗୈାରୀ ମିଶ୍ର ଙ୍କୁ ମେଡିକାଲ ଆଣି ପହଞ୍ଚାଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୋଲିସ୍ ଚାରିଆଡେ ଜୋରଦାର୍ ପଏଁତରା ମାରିବା ସହ ତଦନ୍ତ ପ୍ରକ୍ରିୟା ଜୋରଦାର୍ ଚଳାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *