Pratidin TV

Odisha's Digital News Platform

୭ ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା ; ଗରିବଙ୍କ ଦାବି ପୂରଣ ପାଇଁ ବ୍ୟାନର ଲଗାଇ ରାସ୍ତାରେ ପକାଇଲେ ଗଛ ..

1 min read

ରାୟଗଡା : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବନ୍ଦ ଡାକରା ସହ ରାସ୍ତା ଅବରୋଧ କରି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାଓବାଦୀଙ୍କ ଦ୍ବାରା ରିଲିଜ ହୋଇଥିବା ଅଡିଓ ଟ୍ୟାପ୍ ମୁତାବକ ସୋମବାର ଏହି ବନ୍ଦ ପାଳନ ଆହ୍ବାନ ଦିଆଯାଇଥିଲା।

ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଗରିବଙ୍କ ପାଇଁ ବିଭିନ୍ନ ଦାବି ପୂରଣ ନେଇ ୭ ଜିଲା କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ରାୟଗଡ଼ା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲାରେ ବନ୍ଦ ଡାକରା କରାଯାଇଛି। ଏଥି ସହ ଉକ୍ତ ବ୍ୟାନରରେ ୬ ଟି ଦାବିକୁ ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି। ସେହିଭଳି ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଏହିଭଳି ବ୍ୟାନର ଲାଗିବା ସହ ରାସ୍ତା ଅବରୋଧ କରାଯାଇଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *