ଆଜିବି ୫୦ ପାଇସାରେ ବରା ବିକ୍ରି କରୁଛନ୍ତି ମହେଶ୍ଵର ..
1 min readକେନ୍ଦ୍ରାପଡା : କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ବରୋ ପଞ୍ଚାୟତର ତରାଣ୍ଡୋ ଗାଁ ଛକରେ କାହିଁ କେତେ ଦିନରୁ ସ୍ୱର୍ଗତ ଧନେଶ୍ଵର ସାହୁଙ୍କ ଏକ ଜଳଖିଆ ଦୋକାନ ଥିଲା । ଧନେଶ୍ଵରଙ୍କ ଦେହାନ୍ତ ପରେ ତାଙ୍କ ପୁଅ ମହେଶ୍ଵର ଏହି ଦୋକାନଟିକୁ ଚଳାଇ ଆସୁଛନ୍ତି । ଜମିବାଡି କହିଲେ ମହେଶ୍ଵରଙ୍କ ଗୁଣ୍ଠେ ନାହିଁ , ପର ଜମି କିଛି ଭାଗ କରିବା ସହିତ ଗାଈ ଦୁଇଟି ପାଳନ କରି ନିଜ ଗୁଜରାମ ମେଣ୍ଟାନ୍ତି ମହେଶ୍ଵର ।
ସକାଳୁ ଘର କାମକରି ଦିନ ୩ ଟା ବେଳକୁ ଦୋକାନ ଖୋଲନ୍ତି ସେ । ହେଲେ ଏହି ମହେଶ୍ଵରଙ୍କ ଦୋକାନର ବିଶ୍ୱସତ ହେଉଛି ଏଠାରେ ୫୦ ପଇସାରେ ମିଳିଥାଏ ବରା । ଆଶ୍ଚର୍ଯ୍ୟ ଲାଗୁଛି ନା ଆଜିର ମହଙ୍ଗା ଦୁନିଆରେ ୫୦ ପଇସାରେ କିଭଳି ବରା ବିକୁଛନ୍ତି ମହେଶ୍ୱର । ତେବେ ଦୋକାନ ଘର ଖଣ୍ଡିକ ସରକାରଙ୍କ ଜାଗାରେ ସେଥିପାଇଁ ମହେଶ୍ଵର ବର୍ଷକୁ ୫୦୦ ଟଙ୍କା ପାଉତି କାଟିଥାନ୍ତି ! ନଡ଼ା ଛପର ର ଏକ ଟୁଙ୍ଗି ଘରେ ବିନା ଇଲେଟ୍ରିରେ ବିଞ୍ଚଣାରେ ଆଞ୍ଚ କୁ ବିଞ୍ଚି ମହେଶ୍ଵର ପ୍ରସ୍ତୁତ କରିଥାନ୍ତି ୫୦ ପଇସାର ବରା କସା ଓ ପକୁଡି । ଆଜିକାଲି ବରା ପ୍ରସ୍ତୁତିର ସରଞ୍ଜାମ ବିରି ସୁଜି ତେଲର ଯେଉଁ ଆକାଶ ଛୁଆଁ ଦର ସେଥିରେ ମହେଶ୍ଵର ୫୦ ପଇସାରେ ବରା ବିକି ନିଜ ଗୁଜୁରାଣ ମେଣ୍ଟାନ୍ତି । ୫୦ ପଇସାରେ ବରା ଖାଇବା ପାଇଁ କାହିଁ କେତେ ଦୂର ଦୁହୁରିଆ ‘ ଗରାପୁର ‘ ଯଯାଙ୍ଗ ‘ ସମ୍ୱଲପୁର ‘ ବରୋ ଗାଁରୁ ଯୁବକ ମାନେ ଧାଇଁ ଆସିଥାନ୍ତି ବରା ଖାଇବାପାଇଁ । ବରା ଗୋଟିକ ର ମୂଲ୍ୟ ୫୦ ପଇସା ହୋଇଥିଲେ ମଧ୍ୟ ସ୍ୱାଦ ମଧ୍ୟ ଖୁବ ମଧୁର ବୋଲି କହିଛନ୍ତି ବରଖାଇବା ପାଇଁ ଆସିଥିବା ସମ୍ୱଲପୁର ଗାଁ ର ବ୍ରମ୍ବାନନ୍ଦ ମାଲିକ ଏବଂ ତରାଣ୍ଡୋ ଗାଁର ବୁଧିଯିବି ଚନ୍ଦ୍ରମଣି ପଣ୍ଡା ।
ହେଲେ ସସସ୍ତେ ଆସନ୍ତି ମଉସାଙ୍କ ସୁଆଦିଆ ବରା ଖାଇ ଚାଲିଯାଆନ୍ତି । କେହି କେବେ ମାନବିକତା ଦୃଷ୍ଟିରୁ ମଉସାଙ୍କ ହାଲଚାଲ ପଚାରି ବୁଝନ୍ତିନି । ଜଣେ ଗରିବ ପରିବାରର ମହେଶ୍ୱର , ପରିବାର କହିଲେ ୪ ପ୍ରାଣୀ । ବରା ବିକି ଯାହା ପଇସା ରୋଜଗାର ହୁଏ ସଂସାରଟି ଦୁଃଖେ କଷ୍ଟେ ଚଳିଯାଏ । ହେଲେ କେତେଦିନ ଏଭଳି ଚଳିବେ ମହେଶ୍ୱର ମଉସା । କାହିଁକି ଏହି ଗରିବ ମଉସାଙ୍କ ଉପରେ ଦୃଷ୍ଟି ଦେଉନି ପ୍ରଶାସନ । ବାର୍ଦ୍ଦକ୍ୟ ବୟସରେ କାହିଁକି ମିଳିନାହିଁ ସରକାରୀ ସାହାର୍ଯ୍ୟ ?