Pratidin TV

Odisha's Digital News Platform

ଅର୍ଦ୍ଭୁତ- ଅଲୌକିକ-ଆଶ୍ଚର୍ଯ୍ୟ ; ଦୀର୍ଘ ୯ ବର୍ଷ ପରେ ଠାକୁରଙ୍କ ଅଳଙ୍କାର ଫେରାଇଲା ଚୋର…

1 min read

ଭୁବନେଶ୍ୱର : ଅଲୌକିକ, ଅଦ୍ଭୁତ ହେଲେ ବି ଏକଥା ସତ ଯେ ଭଗବାନଙ୍କ ଅବସ୍ତିତିକୁ ଏବେବି ଉପଲବ୍ଧ କରି ହେଉଛି, ଆଜିର ଯୁଗରେ ମଣିଷ ଯେତେବେଳେ ଆଗକୁ ଗଲେ ମଧ୍ୟ ଭଗବାନଙ୍କ ପ୍ରତି ବିଶ୍ୱାସ ବଞ୍ଚି ରହିଛି । ଏକଥା ରାଜଧାନୀ ଉପକଣ୍ଠ ଗୋପୀନାଥ ମନ୍ଦିର ପରିସରରେ ଘଟିଥିବା ଏକ ଘଟଣାରୁ ସାମ୍ନାକୁ ଆସିଛି ।ଦୀର୍ଘ ୯ ବର୍ଷ ତଳେ ଗୋପୀନାଥ ମନ୍ଦିରରୁ ଚୋରି ହୋଇଥିବା ଗହଣାକୁ ହଠାତ ନିଜେ ଚୋର ଆଣି ମନ୍ଦିର ପ୍ରାଙ୍ଗଣରେ ଥୋଇ ଦେଇ ଯାଇଛି, ଯାହା ଏବେ ସାରା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଛି । ତାସହ ଜୋରିମାନା ସ୍ୱରୂପ ୧୦୧ଟଙ୍କା ୧ ଦକ୍ଷିଣାରେ ୨୦୦ ଟଙ୍କା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୪ ମସିହାରେ ରାଜଧାନୀ ଉପକଣ୍ଠ ଲିଙ୍ଗରାଜ ଥାନା ନିକଟସ୍ଥା ଗୋପୀନାଥପୁର ଗାଁର ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୂପା ଅଳଙ୍କାର ଚୋରୀ ହୋଇଥିଲା । ଗୋପିନାଥ ଜୀୟୁଙ୍କର ରୂପା ବଂଶୀ,ଛତା,ମୁକୁଟ,ରୂପା ଆଖି,ଥାଳି,ଘଣ୍ଟ,ଘଣ୍ଟି ଚୋରାଇ ନେଇଥିଲା ଚୋର । ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ ଆଣିଥିଲେ ଗ୍ରାମବାସୀ । ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ଏକ ମାମାଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଚୋରର କୌଣସି
ଟେର୍ ପାଇନଥିଲେ । କିନ୍ତୁ ନିକଟରେ ୨୦୨୩ ମସିହା ମେ ମାସ ୧୫ ତାରିଖ ଦିନ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଯାଇଛି ।

Advertisement

ଚୋରୀକୁ ଦୀର୍ଘ ୯ ବର୍ଷ ବିତିବା ପରେ ଚୋର ନିଜେ ସମସ୍ତ ଜିନିଷ ମନ୍ଦିର ଆଗରେ ଏକ ନାଲି କପାଡାରେ ବାନ୍ଧି ଥୋଇଦେଇଯାଇଛି । ତାସହ ସେଥିରେ ଇଂରାଜୀ ଭାଷାରେ ଏକ ଚିଠି ଏବଂ ଚୋରୀ ପାଇଁ ୧୦୧ ଟଙ୍କା ଜୋରିମାନ ଓ ଦକ୍ଷିଣା ସ୍ୱରୂପ ୨୦୧ ଟଙ୍କା ରଖିଦେଇଯାଇଛି । ଚିଠିରେ ଲେଖାଯାଇଛି ଯେ ସେ କିଭଳି ଠାକୁରଙ୍କ ଜିନିଷ ଚୋରାଇବା ପରେ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଦୀର୍ଘ ୯ ବର୍ଷ ହନ୍ତସନ୍ତ ହେବା ପରେ ସେ ଠାକୁରଙ୍କ ଜିନିଷ ସବୁ ଫେରାଇ ପସ୍ୟାତାପ୍ କରିବାକୁ ଯାଇ ଏଭଳି ଘଟଣା ଘଟାଇଛନ୍ତି ।

Leave a Reply

Your email address will not be published. Required fields are marked *