Pratidin TV

Odisha's Digital News Platform

ଦଶମ ପାଶ୍ ଛାତ୍ରଛାତ୍ରୀଙ୍କ ପାଇଁ ରେଲୱେରେ ବିନା ପରୀକ୍ଷାରେ ଚାକିରି ସୁଯୋଗ: ଆବେଦନ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ

1 min read

ନୂଆଦିଲ୍ଳୀ: ଭାରତୀୟ ରେଳବାଇ ଦେଉଛି ନିଯୁକ୍ତିର ବଡ ସୁଯୋଗ । ନିଯୁକ୍ତି ପାଇଁ ଦଶମ ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଥିବା ବେଳେ ଏଥିପାଇଁ ପରୀକ୍ଷାର କୌଣସି ଆବଶ୍ୟକତା ନାହିଁ । ନର୍ଥଇଷ୍ଟ ଫ୍ରଣ୍ଟିୟରରେ ଆପ୍ରେଣ୍ଟିସିସ୍ ପଦ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନଏଫ୍‌ଆରର ଆଧିକାରିକ ୱେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ନାମ ପଞ୍ଜୀକରଣ କରିପାରିବେ । ଏନଏଫ୍‌ଆରର ଆଧିକାରିକ ୱେବସାଇଟ୍nfr.indianrailways.gov.in ଅଥବା ଏହି https://rrcnfr.in/actaprt22nfr/gen_instructionsଲିଙ୍କରେ କ୍ଲିକ୍ କରି ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ ।

ଏହି ବିଜ୍ଞପ୍ତି ଅନୁସାରେ ସମୁଦାୟ ୫୬୦୦ ଖାଲି ପଦ ପୂରଣ କରାଯିବ । ୧ ଜୁନ୍ ୨୦୨୨ରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ୩୦ ଜୁନ୍ ଆବେଦନର ଅନ୍ତିମ ତାରିଖ ରହିଛି । ସମୁଦାୟ ୫୬୩୬ ଆପ୍ରେଣ୍ଟସିସ୍ ପଦ ଖାଲି ରହିଥିବା ବେଳେ ଲୁମଣ୍ଡିଙ୍ଗରେ ୧୧୪୦, ନଇବୋଙ୍ଗାଇଗାଓଁରେ ୧୧୧୦,କଟିହାରରେ ୯୧୯, ଦିବ୍ରୁଗଡରେ ୮୪୭, ରଙ୍ଗିୟାରେ ୫୫୧, ତିନିସୁକିୟାରେ ୫୪୭ ଏବଂ ଅଲୀପୁରଦ୍ୱାରରେ ୫୨୨ଟି ଆପ୍ରେଣ୍ଟିସିସ୍ ପଦ ଖାଲି ରହିଛି ।

Advertisement

ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦଶମ ଅଥବା ଯୁକ୍ତ ୨ରେ ଅନ୍ୟୁନ ୫୦% ମାର୍କ ସହିତ ଉତୀର୍ଣ୍ଣ ହେବା ଆବଶ୍ୟକ । ଏହା ସହିତ ସମ୍ବନ୍ଧିତ ବିଭାଗରେ ଆଇଟିଆଇ ଡିଗ୍ରୀ ରହିଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୧୫-୨୪ ମଧ୍ୟରେ ରହିଥିବା ଆବଶ୍ୟକ । ଆବେଦନ ପରେ ମେରିଟ୍ ଲିଷ୍ଟ ଆଧାରରେ ଚୟନ ହେବ ।

Leave a Reply

Your email address will not be published. Required fields are marked *