Pratidin TV

Odisha's Digital News Platform

କାହିଁକି ଓଢଣା ଟାଣି ମୁହଁ ଲୁଚାନ୍ତି ରାଜସ୍ଥାନୀ ମହିଳା , ମୁଗଲଙ୍କ ସହ ଯୋଡିହୋଇଛି ଏଭଳି କଳା ରହସ୍ୟ ..

1 min read

ଭୁବନେଶ୍ୱର : ବଦଳୁଛି ସମୟ ଆଉ ସମୟ ସହ ତାଳ ଦେଇ ବଦଳୁଛି ମଣିଷ । କିନ୍ତୁ କଣ ଆପଣ ମାନେ ହିନ୍ଦୁ ସମାଜରେ ରାଜସ୍ଥାନରେ ପ୍ରଚଳିତ ଓଢଣା ପରମ୍ପରା ବିଷୟରେ ଜାଣନ୍ତି କି ! ପୂର୍ବରୁ ହିନ୍ଦୁ ଧର୍ମର ପ୍ରାୟ ସବୁ ନାରୀମାନେ ମୁଣ୍ଡରେ ହାତେ ଲମ୍ବାର ଓଢଣା ଟାଣୁଥିଲେ ଯାହା ବର୍ତ୍ତମାନର ଅତ୍ୟାଧୁନିକ ସମାଜରେ ଦେଖିବାକୁ ମିଳୁନି । କୋଉଠି କେଉଁଠି ଗାଁ ଜାଗାରେ କୋଚିତ୍ ଏସବୁ ରିତିନୀତି ଦେଖାଯାଉଛି । କିନ୍ତୁ ବର୍ତ୍ତମାନ ଯାଏଁ ମଧ୍ୟ ରାଜସ୍ଥାନୀ ମହିଳାମାନଙ୍କ ମୁଣ୍ଡରେ ଓଢଣା ଦେଖାଯାଏ ।
ପୂର୍ବରୁ ନୂଆ ବୋହୂମାନେ ନିଜ ମୁହଁକୁ ଢାଙ୍କି ରଖିବା ପାଇଁ ହାତେ ଲମ୍ବାର ଓଢଣା ଟାଣୁଥିଲେ । କିନ୍ତୁ ଏସବୁର ଆରମ୍ଭ ମୋଗଲ ମାନଙ୍କ ଠାରୁ ହିଁ ହୋଇଥିଲା । ନିଜ ସ୍ୱାମୀ ଛଡା ଆଉ କାହାର ଦୃଷ୍ଟି ନାରୀରର ମୁହଁକୁ ଯେପରି ନପଡୁ ଏନେଇ ମୋଗଲ ଯୁଗରୁ ରାଜସ୍ଥାନୀ ନାରୀ ମାନେ ଏଭଳି କାର୍ଯ୍ୟ କରୁଥିଲେ । ଯାହା ଧିରେ ଧିରେ ପରମ୍ପରାରେ ପରିବର୍ତ୍ତିତ ହୋଇଯାଇଥିଲା ।

ମୁଗଲ ରାଜୁତି ସମୟରେ ସେମାନଙ୍କ କୁଦୃଷ୍ଟି ରାଜସ୍ଥାନୀ ମହିଳାଙ୍କ ଉପରେ ପଡୁଥିଲା । ତାଙ୍କ ଲୋଲୁପ ଦୃଷ୍ଟିରି ବଞ୍ଚିବା ପାଇଁ ରାଜସ୍ଥାନୀ ମହିଳାମାନେ ନିଜ ମୁହଁରେ ଓଢଣା ଟାଳି ରହୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମୋଗଲଙ୍କ ରାଜ୍ୟ ବିଜୟୀ ସହ ସେମାନଙ୍କ ସାହସ ଓ ଉତପାତ୍ ବଢିବାକୁ ଲାଗିଲା । ସେମାନେ କେବଳ ରାଜସ୍ଥାନୀ ନାରୀ ମାନଙ୍କୁ କୃଦୃଷ୍ଟିରେ ଦେଖୁନଥିଲେ ବରଂ ଧର୍ଷଣ କରିବା ଆରମ୍ବ କରିଦେଇଥିଲେ । ସେ ସମୟରେ ଓଢଣୀ ପକାଇ ରାଜସ୍ଥାନୀ ମହିଳା ମାନେ ନିଜ ସୁନ୍ଦରାତାକୁ ଏହି ମୋଗଲ ମାନଙ୍କ ନଜରରେ ପଡିବାରୁ ବଞ୍ଚାଉଥିଲେ । ତାସହ ରାଜସ୍ଥାନୀ ନାରୀମାନେ ନିଜ ବେକରେ ଏକ ତାପିଜ ପକାଇବାକୁ ଲାଗିଲେ ଯେଉଁଥିରେ ସେମାନେ ଘୁଷୁରୀର ଚୁଟି କାଟି ପିନ୍ଧୁୁଥିଲେ । ଏହି ତାପିଜ ଯେଉଁମାନଙ୍କ ବେକରେ ରହୁଥିଲା ମୋଗଲ ମାନେ ସେମାନଙ୍କୁ ଛୁଁ ନଥିଲେ ।

Advertisement

ତେବେ ସେହି କାରଣରୁ ବର୍ତ୍ତମାନ ସୁଦ୍ଧା ମଙ୍ଗଳସୁତ୍ର ଭଳି ମୁଣ୍ଡରେ ଓଢଣା ଦେବା ରାଜସ୍ଥାନୀ ମାନଙ୍କର ଏକ ପରମ୍ପରା ହୋଇଯାଇଛି ।ସାଧାରଣତ ହିନ୍ଦୁରିତିନୀତିରେ ନୂଆ ବୋହୂ ମାନେ ମୁଣ୍ଡରେ ଓଢଣା ଦେବା ପରମ୍ପରା ଏଥିରୁ ଆସିଥିବା କୁହାଯାଉଛି । ଲୋକମାନଙ୍କ କୁଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ନାରୀମାନେ ଏଭଳି ମୁହଁ ଢାଙ୍କିବା କଥା ସାମ୍ନାକୁ ଆସିଛି । ତେବେ ଏହାର ଅନେକ କାରଣ ଥାଇପାରେ କିନ୍ତୁ ସେସବୁ ଭିତରୁ ଏହା ଏକ ବିଶେଷ କାରଣ ଭାବେ ମୁଗଲ ଯୁଗରୁ ରହିଆସିଛି।

Leave a Reply

Your email address will not be published. Required fields are marked *