Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ , ଏକାକାଳୀନ ୭ ଟି ସ୍ଥାନରେ ଚାଲିଛି ରେଡ୍

1 min read

ଭଞ୍ଜନଗର : ଆଜି ଗଞ୍ଜାମ ଭଞ୍ଜନଗର ଉପଖଣ୍ଡ ରେ କାର୍ଯ୍ୟରତ ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ ଙ୍କ କାର୍ଯ୍ୟାଳୟ ଓ ଭଡା ଘରେ ଭିଜିଲାନ୍ସର ଚଢ଼ାଉ କରିଛି ।

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏକକାଳୀନ ଗଞ୍ଜାମ,ଖୋର୍ଦ୍ଧା,ମୟୂରଭଞ୍ଜ ଜିଲ୍ଲାର ସାତଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। କାମାକ୍ଷାନଗର ରେ ସହକାରୀ ଯୋଗାଣ ଅଧିକାରୀ ଥିବା ସମୟରେ ଅଭିଯୋଗ ରହିଥିଲା।

Advertisement

ଭୁବନେଶ୍ୱର ଠାରେ ଥିବା ଦୁଇଟି ଫ୍ଲାଟ୍,ଗୋଟିଏ ଘର,ଓ ଗୋଟିଏ ପ୍ଲଟ, ମୟୂରଭଞ୍ଜ ପଣ୍ଡାରଶିଳା ଗାଁ ଠାରେ ଥିବା ପୈତୃକ ଘର,ଭଞ୍ଜନଗର ରେ ରହୁଥିବା ଭଡ଼ା ଘର ଓ କାର୍ଯ୍ୟାଳୟ ଠାରେ ଏକ କାଳୀନ ଚଢ଼ାଉ କରି ବହୁ ଗୁରୁତ୍ବ ପୂର୍ଣ୍ଣ କାଗଜ ଜବତ କରିବା ସହିତ ସହକାରୀ କର୍ମଚାରୀଙ୍କ ସହ ଅଧିକ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *