Pratidin TV

Odisha's Digital News Platform

ସମୟ କମ୍ ଅଧୁରା କାର୍ଯ୍ୟକୁ ଶୀଘ୍ର ପୁରା କରିବି – ବିଧାୟିକା ଦୀପାଳି ଦାସ୍

1 min read

ଝାରସୁଗୁଡା : ବାପା ଶିଖାଇଛନ୍ତି ସମୟ ନଷ୍ଟ ନକରି କାମ କରିବା ଉଚିତ । ଲୋକମାନେ ମୋତେ ଭରଷା କରି ଆଶୀର୍ବାଦ କରିଛନ୍ତି ଓ ବିଧାୟିକା କରିଛନ୍ତି ତେଣୁ ଲୋକଙ୍କ ସମସ୍ୟା ର ସମାଧାନ କରିବି । ଅଧୁରା ରହିଯାଇଥିବା କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ପୁରା କରିବି ।

ନବ ନିର୍ବାଚିତ ସୁଶ୍ରୀ ଦୀପାଳି ଦାସ ଆଜି ଝାରସୁଗୁଡା ପୌର ପରିଷଦ ଗସ୍ତ ରେ ଆସି ପୌରାଞ୍ଚଳରେ ଥିବା ୱାର୍ଡ ଗୁଡ଼ିକର ସମୀକ୍ଷା କରିଛନ୍ତି । ଝାରସୁଗୁଡା ବାସୀ ବିଶ୍ୱାସ ଏବଂ ଆଶୀର୍ବାଦ ଯୋଗୁଁ ମୁଁ ଆଜି ବିଧାୟିକା ହୋଇପାରିଛି । ତେଣୁ ମୋର ପ୍ରଥମ କର୍ତ୍ତବ୍ୟ କି ଲୋକମାନଙ୍କର ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିବା । ୱାର୍ଡ ଗୁଡିକରେ କଣ କଣ ସମସ୍ୟା ରହିଛି ସେ ବିଷୟରେ ପୌର ପରିଷଦ ର ଅଧିକାରୀ ଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । କିପରି ୱାର୍ଡ ଗୁଡ଼ିକରେ ରହିଯାଇଥିବା ଅଧୁରା କାର୍ଯ୍ୟ ଗୁଡିକ ଉପରେ ଆଲୋଚନା କରିଥିଲୁ ।

Advertisement

ଆଗାମୀ ଦିନରେ ଝାରସୁଗୁଡାକୁ କିପରି ନୂତନ ନିର୍ମାଣ ର ରୂପ ଦିଆଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବୁ । ସାନିଟାଈଜେଶନ ହେଉ କି ଆଲୋକୀକରଣ, ଟ୍ରାଫିକ ସମସ୍ୟା, ମାର୍କେଟ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ପୌର ପରିଷଦ ର ମୌଳିକ ସମସ୍ୟା ଆଦି ବିଷୟରେ ଆଲୋଚନା କରିଛୁ । ଆଗାମୀ ଦିନରେ ଯେଉଁସବୁ ସମସ୍ୟା ରହିଯାଇଛି ଗୋଟିଏ ପାହାଚ ପରେ ଆଉ ଗୋଟିଏ ପାହାଚ ଭଳି ଦୂର କରିବାକୁ ଲକ୍ଷ ରଖିଛୁ ଜ୍ଝସେହିଭଳି ଝାରସୁଗୁଡାର ବ୍ଲକ ଗୁଡ଼ିକ ମଧ୍ୟ ଆଗାମୀ ଦିନରେ ସମୀକ୍ଷା କରିବା ସହିତ ସମସ୍ୟା ର ସମାଧାନ କିପରି ହେବ ସେ ଦିଗରେ କାର୍ଯ୍ୟ କରିବି ବୋଲି କହିଛନ୍ତି ଦୀପାଳି। ଅନ୍ୟପଟେ ଉପନଗରପାଲ ରାଜୁ ପାଣଗ୍ରାହୀ

କହିଛନ୍ତି ବିଧାୟିକା ଅଳ୍ପ କିଛି ଘଣ୍ଟା ଭିତରେ ସର୍ବପ୍ରଥମେ ଝାରସୁଗୁଡ଼ା ପୌର ପରିଷଦ ର ମୌଳିକ ସମସ୍ୟା ଆଦି ବିଷୟରେ ଆଲୋଚନା କରିଥିଲେ ଏବଂ ପୌର ପରିଷଦର ସମସ୍ତ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ମଧ୍ୟ କରି ଥିଲେ ଏହି ଆଲୋଚନା ରେ ପୌରପରିଷଦର ସମସ୍ତ କାର୍ଯ୍ୟକର୍ତା ବେଶ୍ ଉତ୍ସାହିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *