Pratidin TV

Odisha's Digital News Platform

ମହିଳାଙ୍କ ଶାଡୀ ଭିତରେ ପଶି କାମୁଡିଲା ବିଷାକ୍ତ ରଣା ଓ ଚିତି

ଭଦ୍ରକ : ପକ୍ଷାଘାତ ମହିଳା ରୋଗୀ ବସିଥିବା ଅବସ୍ଥାରେ କାମୁଡ଼ିଲା ସାପ, ମହିଳା ଜଣକ ପକ୍ଷାଘାତ ହୋଇ ଶଯ୍ୟାସାୟୀ ଥିବାରୁ କିଛି ଜାଣି ପାରିନଥିଲେ,ପରେ ହଠାତ୍ ଦିଅରି ଦେଖିବାରୁ ପାଖ ପୋଡୋଶୀକୁ ଡାକିଥିଲେ ।

ଖବର ମୁତାବକ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅଧୀନ ପାଟୁଳି ଗ୍ରାମରେ ଆଜି ସଖାଳ ସମୟରେ ହାଡିବନ୍ଧୁ ଶିଅଳଙ୍କ ସ୍ତ୍ରୀ ପକ୍ଷାଘାତ ରୋଗୀ ମଞ୍ଜୁଲତା ଶିଅଳ ଘରେ ଶୋଇଥିବା ଅବସ୍ଥାରେ ଦୁଇଟି ସାପ ତାଙ୍କ ଲୁଗା ଭିତରକୁ ପଶିଯାଇଥିଲା ତେବେ ତତକ୍ଷଣାତ ପରିବାର ଲୋକେ ପଡୋଶୀଙ୍କୁ ଡାକ ପକାଇଥିଲେ ପରେ ପଡୋଶୀ ଜଣକ ଆସି ଦେଖିବାରୁ ଜନୈକ ମହିଳାଙ୍କ ଶାଡି ଭିତରେ ଦୁଇଟି ସାପ ପଶିଯାଇଥିଲା ।

ସଂଗେ ସଂଗେ ପଡୋଶୀ ଜଣକ ପରିବାର ଲୋକଙ୍କ ସହଯୋଗ ରେ କୌଶଳ କ୍ରମେ ସାପକୁ ଲୁଗା ଭିତରୁ ବାହାର କରି କାମୁଡ଼ିଥିବା ମହିଳା ଙ୍କ ସହ ସାପ ଦୁଇଟିକୁ ଧରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପହଂଚିଥିଲେ । ପରେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ମହିଳା ଜଣଙ୍କୁ ସାପ ୨ଟି ୫ ଥର କାମୁଡିଥିବା ଜଣାପଡିଛି । ଏହା ସହ ସାପ ୨ଟି ଚିତି ଓ ରଣା ଛୁଆ ବୋଲି କହିଛନ୍ତି ଡାକ୍ତର । ବର୍ତ୍ତମାନ ମହିଳା ଜଣଙ୍କର ଚିକିତ୍ସା ଚାଲିଛି । ତେବେ ଏପରି ଘଟଣା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *