Pratidin TV

Odisha's Digital News Platform

ରାଜଧାନୀରେ ଆତଙ୍କ ରଚିଲେ ୩ ଖଣ୍ଡାଧାରୀ ଯୁବକ , ଗୋଡାଇ ଗୋଡାଇ କଲେ ଆକ୍ରମଣ..

1 min read

ଭୁବନେଶ୍ୱର : ହାତରେ ମାରଣାସ୍ତ୍ର ଧରି ଆତଙ୍କ ରଚିଲେ ଯୁବକ । ଖଣ୍ଡା,ତଲୱାର ଧରି ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ହାଣିଲେ । ଦୀର୍ଘ ୨ଘଣ୍ଟାର ଆତଙ୍କ ରାଜ ଖେଳାଇଥିଲେ ଖଣ୍ଡାଧାରୀ ଯୁବକ । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା । ଫଳରେ ଭରତପୁର ପୋଲିସ ସିସିଟିଭି ଆଧାରରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଥିବା ବେଳେ , ଅନ୍ୟ ୨ ଜଣ ଫେରାର୍ ଥିବା ଜଣାପଡିଛି ।

ହେଲେ କଣ ପାଇଁ ରାଜଧାନୀରେ ହଠାତ୍ ଏଭଳି ଆତଙ୍କ ରଚାଇଥିଲେ ଖଣ୍ଡାଧାରୀ ଯୁବକ । କଣ ଥିଲା ତାଙ୍କ ଉର୍ଦ୍ଦେଶ୍ୟ ? କାହିଁକି ଜଣେ ବ୍ୟବସାୟୀଙ୍କ ଉପରକୁ ଏଭଳି ଅତର୍କିତ ଆକ୍ରମଣ କରିଥିଲେ ? ଆକ୍ରମଣ ପଛର କାରଣ କଣ? ଏସବୁ ଦିଗକୁ ଲକ୍ଷ ରଖି ପୋଲିସ ତଦନ୍ତ ଚଳାଇଥିଲା ବେଳେ ଭରତପୁରରେ ଭୟଭୀତ ଅବସ୍ଥାରେ ବ୍ୟବସାୟୀ ।

Advertisement

Leave a Reply

Your email address will not be published. Required fields are marked *