Pratidin TV

Odisha's Digital News Platform

ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ: ମାସିକ କ୍ଷତିପୂରଣ ୩୦ ହଜାର ଟଙ୍କା

1 min read

ଭୁବନେଶ୍ୱର: ଓଡ଼ିଶାର ସେଲିବ୍ରିଟି କପଲ୍ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ଏକ ନୂଆ ମୋଡରେ ପହଞ୍ଚଛି । ଅନୁଭବଙ୍କ ପୈତୃକ ଘର ଖାଲି କରିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବର୍ଷାଙ୍କୁ ପ୍ରତି ମାସରେ ଭରଣ ପୋଷଣ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କାର ଭରଣ ପୋଷଣ ପ୍ରଦାନ କରିବେ ସାଂସଦ ଅନୁଭବ ମହାନ୍ତି ।

ବର୍ଷା ତାଙ୍କର ପୈତୃକ ଘର ଛାଡନ୍ତୁ ବୋଲି ଅନୁଭବ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ବିଚାର କରି କୋର୍ଟ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଟଙ୍କା ମିଳିବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡିବେ ବୋଲି ଅନୁବ କହିଛନ୍ତି । ରହଣି ବ୍ୟବସ୍ଥା ବାବଦରେ ଅନୁଭବ ୩୦ ହଜାର ଟଙ୍କା ପ୍ରଦାନ କରିବେ ଏବଂ ବର୍ଷା ନିଜେ ରହିବାର ବ୍ୟବସ୍ଥା କରିବେ । ମାତା ପିତାଙ୍କ ଅସୁସ୍ଥତାର କାରଣ ଦର୍ଶାଇ ବର୍ଷା ଘର ଛାଡିବାକୁ ଆବେଦନ କରିଥିଲେ ବର୍ଷା ।

Advertisement

୮ ବର୍ଷ ଏକତ୍ର ରହିବା ପରେ ଏହି ସେଲିବ୍ରିଟି କପଲ୍ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଏହାପରେ କୋର୍ଟଙ୍କ ଦ୍ୱାରସ୍ଥ ହେଇଥିଲେ ହେଁ ଉଭୟ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଥିଲେ । ଶେଷରେ କୋର୍ଟ ଉଭୟଙ୍କୁ ପରସ୍ପର ବିରୋଧୀ ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *