Pratidin TV

Odisha's Digital News Platform

ଆଜିଠୁ ମହଙ୍ଗା ପାହାଳ ମିଠା ; ବଦଳିଲା ଦର , ଜାଣନ୍ତୁ ନୂଆ ଦାମ୍

1 min read

ଭୁବନେଶ୍ୱର : ଓଡିଶା ପ୍ରସିଦ୍ଧ ପାହାଳ ମିଠା । ରାଜଧାନୀ ଭୁବନେଶ୍ୱରର ପାହାଳ ମିଠାକୁ ନେଇ ରହିଛି ଇତିହାସ । ତେବେ ଏହି ମିଠା ସାରା ରାଜ୍ୟରେ ଖୁବ୍ ପ୍ରସିଦ୍ଧ ବୋଲି ସକାଳୁ ସନ୍ଧ୍ୟା ଯାଏ ପାହାଳରେ ଲାଗିଥାଏ ଗରାଖିଙ୍କ ଖଚାଖଚ୍ ଭିଡ ।

ତେବେ ପାହାଳ ମିଠାକୁ ନେଇ ଆସିଛି ନୂଆ ଅପଡେଟ୍ । ବଢିଛି ମିଠାର ଦର । ନିକଟରେ କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି। ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ କରି, ଗଲା ୩ ଦିନ ଧରି ଦୋକାନ ବନ୍ଦ ରଖିଥିବା ବେଳେ ଆଜିଠାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦୋକାନ ଖୋଲିବା ସହିତ ନୂତନ ବର୍ଦ୍ଧିତ ଦର ଅନୁସାରେ ମିଠା ବିକ୍ରି କରାଯିବ ବୋଲି ସଂଘ କହିଛି।

Advertisement

ନୂତନ ଧାର୍ଯ୍ୟ ଦର –
୫ ଟଙ୍କିଆ ମିଠା ବର୍ତ୍ତମାନ ୬ ଟଙ୍କାରେ ମିଳିବ ।
୧୦ ଟଙ୍କିଆ ମିଠା ବର୍ତ୍ତମାନ ଠାରୁ ୧୨ ଟଙ୍କାରେ ମିଳିବା
ସେହିପରି ୨୦ ଟଙ୍କିଆ ରସଗୋଲା ୨୫ ଟଙ୍କାରେ ମିଳିବା
ଛେନାଗଜା ୧ କେଜିକୁ ୨୦୦ ଟଙ୍କା ବଦଳରେ ୨୨୦ ଟଙ୍କାରେ ମିଳିବା
ସେହିଭଳି ଛେନାପୋଡ ୧ କେଜି ୨୫୦ ଟଙ୍କା ବଦଳରେ ୨୮୦ ଟଙ୍କାରେ ମିଳିବ ।

Leave a Reply

Your email address will not be published. Required fields are marked *