Pratidin TV

Odisha's Digital News Platform

ଘରେ ବସା ବାନ୍ଧୁଛନ୍ତି କି ପାରା ? ଶୁଭ ସଙ୍କେତ ସହ ଦେଇଥାନ୍ତି ଏଭଳି ଅଶୁଭ ସଙ୍କେତ …

1 min read

ଭୁବନେଶ୍ୱର : ଆମେ ଅନେକ ସମୟରେ ଦେଖିଥାଉ ଯେ ପାରା ଭଳି ପକ୍ଷୀମାନେ ଘରର ଛାତ କିମ୍ବା ସ୍କାଏ -ଲାଇଟରେ ବସା ବାନ୍ଧି ରହିଥାନ୍ତି । ଏହା ହିନ୍ଧୁ ରିତିନୀତି ଅନୁସାରେ ଶୁଭ ମଧ୍ୟ ମନାଯାଏ । ଘରର ବଡ ସଦସ୍ୟମାନେ ଏହି ପାରା ବସାକୁ ନଭାଙ୍ଗିବା ସହ ଘରର ଛୋଟମାନଙ୍କୁ ମଧ୍ୟ ତାଗିଦ୍ କରିଥାନ୍ତି ଯେ ଏହାକୁ ନଷ୍ଟ ନକରିବାକୁ । କାହିଁକି ନାଁ ପାରା ସହ ଘରକୁ ଲକ୍ଷ୍ମୀ ଆସୁଥିବାର ମାନିଥାନ୍ତି ହିନ୍ଧୁଧର୍ମୀ ଲୋକମାନେ ।

ଏହି ପକ୍ଷୀମାନେ ଘରେ ବସା ବାନ୍ଧିବା ସହ ଅନେକ ଶୁଭ ଓ ଅଶୁଭ ସଙ୍କେତ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚାଲନ୍ତୁ ଜାଣିବା ସଙ୍କେତ …

Advertisement

ଘରେ ପାରା ଘୁମୁରିଲେ- ପାରା ମାନେ ଯଦି ବେଳେବେଳେ ଆସି ଘର ବାଲକୋନି ବା ସ୍ପଟିକ କିମ୍ବା ସ୍କାଏଲାଇଟ ଭଳି କୌଣସି ସ୍ଥାନରେ ଘୁମରନ୍ତି । ତେବେ ଏମାନେ ଶୁଭ ସଙ୍କେତ ଦେଇଥାନ୍ତି । ଘରକୁ ଲକ୍ଷ୍ମୀ ମାଙ୍କ ଆଗମନର ସଙ୍କେତ ଦିଅନ୍ତି ଏମାନେ ।
ଘରେ ବସା ବସା ବାନ୍ଧିଲେ- ଘରେ ପାରା ବସା ତିଆରି କରିବା ଦ୍ୱାରା ଅଶୁଭ ସଙ୍କେତ ଦିଅନ୍ତି । ଏହି କାରଣରୁ ଘରେ ସୁଖ ଶାନ୍ତି ଭଙ୍ଗ ହେବା ସହ ଦ୍ରାରିଦ୍ରତା ବଢିଥାଏ । ଘରେ ପାରାମାନେ ମଇଳା ଆଣି ପକାଇବା ଦ୍ୱାରା ପରିବାର ସଦସ୍ୟାଙ୍କ ଆର୍ଥିକ ସମସ୍ୟା ଦେଖାଦିଏ ଓ କଳହ ବଢେ ।
ପାରା ଦାନା ଖାଉଥିବାର ଦେଖିଲେ- ଯଦି ଆପଣମାନେ ପାରାଦାନା ଖାଉଥିବାର ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଏହା ସୁଖ ଶାନ୍ତି ଆଣିଥାଏ । ପାରାମାନଙ୍କୁ ଛାତ ଉପରେ ଖାଇବାକୁ ଦେବା ପରିବର୍ତ୍ତେ ବାଲକୋନି କିମ୍ବା ଦାଣ୍ଡରେ ଦିଅନ୍ତୁ ଶୁଭ । ଏହା କରିବା ଦ୍ୱାରା ଆପଣଙ୍କ ରାଶିରେ ବୁଧ ଗ୍ରହ ଶକ୍ତିଶାଳୀ ହୁଅନ୍ତି ।

Leave a Reply

Your email address will not be published. Required fields are marked *