Pratidin TV

Odisha's Digital News Platform

ଆଦର୍ଶ ବିଦ୍ୟାଳୟରେ ଝାଡାବାନ୍ତି: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ୧୦ ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ଝାଡ଼ାବାନ୍ତିରେ ଆଦର୍ଶ ବିଦ୍ୟାଳୟର ୨୫ ଛାତ୍ରୀ ଅସୁସ୍ଥ । ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ମଣିପୁର ଆଦର୍ଶ ବିଦ୍ୟାଳୟର ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି ।

ତେବେ ୧୫ ଜଣ ଛାତ୍ରୀଙ୍କୁ ହଷ୍ଟେଲରେ ଚିକିତ୍ସା ଦେଇ ସୁସ୍ଥ କରାଯାଇଥିବା ବେଳେ ୧୦ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରୀଙ୍କୁ ସାଲାଇନ ଲାଗିଛି ।

Advertisement

ସେପଟେ ହଷ୍ଟେଲ କର୍ତ୍ତୃପକ୍ଷ ଆଜିର ଖାଦ୍ୟର ବିବରଣୀକୁ ନେଇ ମୁହଁ ଖୋଲୁନଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ତେବେ ହଷ୍ଟେଲ ରେ କେତେଜଣ ଛାତ୍ରୀ ଥିଲେ ଏବଂ କେବଳ ୨୫ ଜଣ ଅସୁସ୍ଥ ହୋଇଛନ୍ତି ନା ଆହୁରି ଅଧିକ ସଂଖ୍ୟାରେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *