Pratidin TV

Odisha's Digital News Platform

ରକ୍ତମୁଖା ହେଲା ସ୍ୱାମୀ , ସ୍ତ୍ରୀକୁ ହାଣି ୨ ଖଣ୍ଡ କରିଦେଲା ..

1 min read

ଗଜପତି : ସାରା ଗ୍ରାମରେ ଵିଵସ୍ତ ହତ୍ୟା କାଣ୍ଡ । ସ୍ତ୍ରୀ କୁ ହାଣି ୨ ଖଣ୍ଡ କରିଦେଲା ସ୍ୱାମୀ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସାମାନ୍ୟ ବଚସାର ଏଭଳି ଭୟଙ୍କର ପରିଣତ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗାଁରେ ।

ସୂଚାନାଯୋଗ୍ୟ ଯେ କାଶୀନଗର ଥାନା ଖା ଣ୍ଡବା ପଂଚାୟତ ର ସାରା ଗ୍ରାମରେ ଆଜି ପ୍ରଭାତ ସମୟରେ ହତ୍ୟା କାଣ୍ଡରେ ଜଣେ ମହିଳାର ମୃତ୍ୟୁ ଘଟିଛି । ଆଜି ସକାଳ ସମୟରେ ସ୍ୱାମୀ ସ୍ତ୍ରୀ ମିଶି ନିଜ କାଜୁ ତୋଟାକୁ ଯାଇଥିଲେ । କୌଣସି ଘଟଣାକୁ ନେଇ ଉଭୟ ମଧ୍ୟରେ ଝଗଡ଼ା ହେବା ପରେ ଚନ୍ଦ୍ରଶେଖର କାର୍ଜୀ (୩୬) ରାଗରେ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀ ଉର୍ମିଳା କାର୍ଜୀକୁ ଟାଙ୍ଗୀଆରେ ହାଣି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ଉର୍ମିଳାର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହାପରେ ଚନ୍ଦ୍ରଶେଖର ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଘରକୁ ଆସିଥିଲା ।

Advertisement

ଘଟଣା ସ୍ଥଳରେ କାଶୀନଗର ଅଧିକାରୀ ଓ ପୋଲିସ ପହଂଚି ଶବ ଜବତ କରିବା ସହ ଥାନା କେଶ ନମ୍ବର ୬୦/୨୩ରେ ହତ୍ୟା ଘଟଣା କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଦୁହିଁଙ୍କ ବିବାହକୁ ୪ ବର୍ହ ପୁରିଥିବା ବେଳେ ତାଙ୍କର ଗୋଟେ ଦୁଇ ବର୍ଷର ଶିଶୁ ରହିଛି । ତେବେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ୍ କରି ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *