Pratidin TV

Odisha's Digital News Platform

ଶ୍ରୀମନ୍ଦିର ଭିତରେ ଅଘଟଣ ; ଦୁଇ ବୋଝିଆଙ୍କ ଉପରେ ଢାଳି ହୋଇଗଲା ଗରମ ମହାପ୍ରସାଦ…

1 min read

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଭୋଗମଣ୍ଡପ ପରିସରରେ ଗରମ ମହାପ୍ରସାଦ ପଡି ଦୁଇଜଣ ବୋଝିଆ ଗୁରୁତର ହୋଉଛନ୍ତି । ସେମାନେ ହେଲେ ବ୍ରହ୍ମଗିରିର ପ୍ରଦୀପ ସାହୁ (୩୫) ଓ ତଳଜଙ୍ଗର ପୁପି ପ୍ରଧାନ (୩୦) । ଉଭୟ ଆଜି ଭୋଗମଣ୍ଡପ ପରିସରରେ ମହାପ୍ରସାଦ ବାହାରକୁ ନେଇ ଆସୁଥିବା ବେଳେ ତଳେ ପଡିଥିବା ଗୁଆ ଘିଅରେ ପାଦ ପଡି ଗୋଡ଼ ଖସି ଯିବାରୁ , ଦୁହେଁ ନେଇ ଆସୁଥିବା ଗରମ ଡାଲି ଦେହରେ ପଡିଯାଇଥିଲା । ଏହାପରେ ସେବାୟତଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ପରିସର ବାହରକୁ ଆଣି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଦୁହିଁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଆଜି ଏଭଳି ଏକ ଅଘଟଣକୁ ନେଇ ତେଜିଛି ଶ୍ରୀମନ୍ଦିର ବୋଝିଆ ଦଳ । ମନ୍ଦିରରେ ପ୍ରାୟ ୩୦୦ ରୁ ଅଧିକ ବୋଝିଆ ଥିବା ବେଳେ ପ୍ରତ୍ୟକ ବର୍ଷ ଏଭଳି ଅନେକ ଅଘଟଣ ଦେଖାଦେଉଛି । ନିକଟରେ ଜଣେ ବୋଝିଆଙ୍କ ମୃତ୍ୟୁ ହୋଇଥିବା ବେଳେ , ସେମାନଙ୍କ ପାଇଁ କୌଣସି ପ୍ରକାରର ସରକାରୀ ସୁବିଧା ସୁଯୋଗ ନଥିବା ଅଭିଯୋଗ କରିଛନ୍ତି ବୋଝିଆ ଦଳ । ବାରମ୍ବାର ପ୍ରଶାସନ ଆଗରେ ନେହୁରା ପରେ ବି ବୋଝିଆଙ୍କ କଥାକୁ ଅଣଦେଖା କରୁଛି ପ୍ରଶାସନ । ଯଦି ବୋଝିଆ ମାନଙ୍କ ପାଇଁ କୌଣସି ସରକାରୀ ଯୋଜନା ହୁଅନ୍ତା ତେବେ ସେମାନଙ୍କ ପରିବାର ଏଥିରେ ଉପକୃତ ହୁଅନ୍ତେ ।

Advertisement

Leave a Reply

Your email address will not be published. Required fields are marked *