Pratidin TV

Odisha's Digital News Platform

କାଳ ହେଲା ବାପଘର ଯିବା ; ଅଧା ରାସ୍ତାରେ ସ୍ତ୍ରୀ’ର ଜୀବନ ନେଇଗଲା ନୃଶଂସ ସ୍ୱାମୀ

1 min read

ନୂଆପଡା : ଶଶୂର ଘରକୁ ଯିବା ସମୟରେ ରାସ୍ତା ମଝିରେ ନିଜ ସ୍ତ୍ରୀକୁ ବାଡିରେ ପିଟି ପିଟି ମାରି ଦେଲା ନୢଶଂସ ସ୍ବାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳରେ । ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଲାଇଛି କୋମନା ପୋଲିସ ।

ଗତ ୨୪ ତାରିଖ ଦିନ କୋମନା ଥାନା ଛତା ଗାଁର ଜଗବନ୍ଧୁ ତାଣ୍ତି ନିଜ ସ୍ତ୍ରୀ ସୁନେ ତାଣ୍ତି ସହ ନିଜ ଶଶୁର ଘର ବୋଡେନ ଥାନା ସିର୍ଲି ଗାଁକୁ ବାହାରି ଥିଲେ । କିନ୍ତୁ ଗାଁକୁ ନ ପହଞ୍ଚିବାରୁ ଜଗବନ୍ଧୁଙ୍କ ପୁଅ ସୁରେନ୍ଦ୍ର ସଂପର୍କୀୟଙ୍କୁ ଯୋଗାଯୋଗ କରି ନିରାଶ ହୋଇ ଥିଲେ । ଗତକାଲି କିଛି ଲୋକେ ଦେଓଦରା ଗାଁ ନିକଟ ଜଙ୍ଗଲରେ ଏକ ମହିଲାଙ୍କ ଗଳିତ ମୢତ ଦେହ ପଡି ଥିବା ପୋଲିସକୁ ସୂଚନା ଦେଇ ଥିଲେ । ସୁରେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ହିଁ ହତ୍ୟା କରିଛନ୍ତି ।

Advertisement

ପୋଲିସ ଶଵ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ପଠାଇ ଥିଲା । ଜଗବନ୍ଧୁ ଫେରାର ହୋଇ ଯାଇଥିଲା । ତାଙ୍କୁ ଆଜି ସକାଳେ ସିନାପାଲି ଥାନା ସରଧାପୁର ଗାଁରୁ ଧରା ଯାଇଛି । ଜଗବନ୍ଧୁଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି । ପୋଲସି ସୂଚନା ଅନୁଯାୟୀ ରାସ୍ତାରେ ସାମାନ୍ୟ କଥାକୁ ନେଇ ସ୍ବାମୀସ୍ରୀଙ୍କ ମଧ୍ୟରେ ଝଗଡା ହୋଇ ଥିଲା। ରାଗରେ ଜଗବନ୍ଧୁ ଏକ ବାଡିରେ ପିଟି ପିଟି ସ୍ତ୍ରୀ ସୁନେଙ୍କୁ ହତ୍ୟା କରି ଥିଲା। ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଘୋଷାଡି ନେଇ ଜଙ୍ଗଲରେ ଫିଙ୍ଗି ଦେଇ ଥିବା ସେ ପୋଲିସ ଆଗରେ ସ୍ବୀକାର କରିଛି । ଡଗ ସ୍ବାଡ,ସାଇଣ୍ଟିଫିକ୍ ଟିମ ଓ କୋମନା ପୋଲିସ ଘଟଣାର ତଦନ୍ତ କରିଛନ୍ତି । ନୂଆପଡା ଏସପି ଜିଆର ରାଘବେନ୍ଦ୍ର ସିନ ରିକ୍ରିଏସନ ସମୟରେ ଉପସ୍ଥିତ ଥିଲେ । ହତ୍ୟାକାରୀ ଜଗବନ୍ଧୁକୁ ଅଟକ ରଖି ପଚରାଉଚରା କରା ଯାଉଛି ।

Leave a Reply

Your email address will not be published. Required fields are marked *