ଜିଲ୍ଲା ଟପ୍ପର ସାଜିଛି ଦିନ ମଜୁରିଆ ; ସାହାର୍ଯ୍ୟର ପ୍ରତିଶ୍ରୁତି ଦେଇ ଭୁଲିଗଲେ କି ପ୍ରଶାସନ !
1 min readମାଲକାନାଗିରି : ଜିଲ୍ଲା ଟପ୍ପର ଏବେ ଦିନ ମଜୁରିଆ । ହାତରେ ପେନ ପେପର ବହି ବଦଳରେ ଧରିଛି କୋଦାଳ ଓ କଢାଇ । ଡହ ଡହ ଖରାକୁ ଖାତିର ନକରି ପାଠ ପଢିବା ପାଇଁ କରିଚାଲିଛି ଅନବରତ କାମ । ଅନଟନ ଯୋଗୁ ଆଜି ଜଣେ ମେଧାବୀ ଛାତ୍ରୀ ପାଲଟିଯାଇଛି ଦିନ ମଜୁରିଆ । ଡହଡହ ଖରାରେ ପଥର ବୋଝେଇ ଝୁଡି ବୋହୁଛି ବଣ୍ଡା ଜନଜାତିର ଏହି ଝିଅ କର୍ମା ମୁଦୁଲି । ନିଜ ପଢା ଖର୍ଚ୍ଚ ମେଣ୍ଟାଇବାକୁ ଖରାରେ କରୁଛି କରୁଛି ହାଡଭଙ୍ଗା ପରିଶ୍ରମ ।
ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କର୍ମା ।ଆଉ ତାପରେ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । ହେଲେ ଅଭାବ ଯୋଗୁ ପଢା ଖର୍ଚ୍ଚ ତୁଲାଇନପାରି ଦିନ ମଜୁରିଆ କାମ କରୁଛନ୍ତି ସେ ଏବେ ।
ପ୍ରଶାସନ ଓ ଅନେକ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମସ୍ତ ପ୍ରାକରର ସାହାର୍ଯ୍ୟ ପାଇଁ ପ୍ରତିଶୂତି ଦିଆ ଯାଇଥିଲା କିନ୍ତୁ କର୍ମାଙ୍କୁ ଆଡମିଶନ କରାଇଦେଇ ଯେପରି ସବୁ ପ୍ରତିଶୂତି ଭୁଲିଯାଇଛି ପ୍ରଶାସନ । ତେବେ ଏଠାରେ ପ୍ରଶ୍ନ ଉଠୁଛି ବଣ୍ଡା ଜନଜାତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ମାନ କରାଯାଉଛି । ହେଲେ ଏହି ମେଧାବୀ ଛାତ୍ରୀ କିଭଳି ଦୁର୍ଦ୍ଦଶା ଭୋଗୁଛି ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।