Pratidin TV

Odisha's Digital News Platform

(ଭିଡିଓ)ସି ଡ଼ି ଏ ରେ ବୁଲା କୁକୁରଙ୍କ ଆତଙ୍କ , ଘରୁ ବାହାରିବାକୁ ଡରୁଛନ୍ତି ଲୋକ …

1 min read

କଟକ : କଟକ ସିଡିଏ ଅଞ୍ଚଳରେ କୁକୁର ଆତଙ୍କ । ପଞ୍ଝା ପଞ୍ଝା କୁକୁରଙ୍କ ଆତଙ୍କ ଏତେ ବଢିଯାଇଛି ଯେ, ସ୍ଥାନୀୟ ଲୋକେ ଘରୁ ବାହାରିବାକୁ ଡରିଲେଣି । ଛୋଟ ଛୋଟ ପିଲାମାନେ ଘର ବାହାରେ ଖେଳିବାକୁ ଡରିଲେଣି । ସିଡିଏ ର କିଛି ଅଞ୍ଚଳରେ କୁକୁର ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରି ସାରିଲେଣି ।

ଗତ କିଛି ଦିନ ହେବ ସେକ୍ଟର ଆଠ ଓ ନଅରେ କୁକୁରଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସଠିକ ସମୟରେ ବନ୍ଧ୍ୟାକରଣ ହେଉନଥିବାରୁ କୁକୁର ବଂଶ ବୃଦ୍ଧି ଘଟୁଛି। କୁକୁର ବଂଶ ବୃଦ୍ଧି ଜନସାଧାରଣଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ସେପଟେ ମେୟର କହିଛନ୍ତି କୁକୁର ବଂଶ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ। କିନ୍ତୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦୃଷ୍ଟିରୁ କୁକୁରଙ୍କୁ ସେଠାରୁ ଅନ୍ୟତ୍ର ନିଆଯାଇ ପାରିବ ନାହିଁ ବୋଲି କହିଛନ୍ତି କଟକ ମେୟର ସୁବାଷ ସିଂ । ତେବେ କୁକୁର ବଂଶ ବୃଦ୍ଧି ଉପରେ ନିୟନ୍ତ୍ରଣ ନ ରହିଲେ, ଆଗକୁ ଜନଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।

Advertisement

Leave a Reply

Your email address will not be published. Required fields are marked *