(ଭିଡିଓ) ରଖେ ହରି ତ ମାରେ କିଏ , ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ମହିଳା …
1 min readଝାରସୁଗୁଡା : କଥାରେ ଅଛି ରଖେ ହରି ତ ମାରେ କିଏ। ଟ୍ରେନ ଚକା ତଳେ ଚାଲିଯାଇଥାନ୍ତା ମହିଳାଙ୍କ ଜୀବନ । ଭଗବାନଙ୍କ ରୂପରେ ଆସି ଜୀବନ ବଞ୍ଚାଇଲେ ରେଳ ପୋଲିସ ବିଭାଗର ୨ ଅଧିକାରୀ ।
ସୂଚନା ଯୋଗ୍ୟ ଯେ ଆଜି ଦିନ ୧ ଟା ସମୟରେ ଝାରସୁଗୁଡା ରେଳ ଷ୍ଟେସନର ଏକ ନଂ ପ୍ଲାଟ ଫର୍ମରେ ସାଉଦ ବିହାର ଟ୍ରେନ ରୁ ଜଣେ ମହିଳା ଯାତ୍ରୀ ଓଲ୍ହାଇବା ସମୟରେ ଟ୍ରେନ ଧୀରେ ଧୀରେ ଚାଲିବା ଆରମ୍ଭ ହୋଇଥିଲା । ତେବେ ମହିଳା ଯାତ୍ରୀ ଜଣକ ଭାରସାମ୍ୟ ହରାଇ ଟ୍ରେନ ତଳକୁ ଖସି ଯାଉଥିଲେ ।
ତେବେ ସେହି ସମୟରେ CKP ରେକ ଡିଭିଜନ ର କ୍ରାଇମବ୍ରାଞ୍ଚ ସାଧା ପୋଷାକଧାରୀ ASI DN Rai ଓ କନେଷ୍ଟବଳ ଦିଲୀପ କୁମାର ଉଭୟେ ଝାରସୁଗୁଡା ରେଳ ଷ୍ଟେସନରେ ଡିଉଟି କରୁଥିବା ସମୟରେ ଉପସ୍ଥିତ ବୁଦ୍ଧି ବଳରେ ମହିଳା ଯାତ୍ରୀଙ୍କୁ ଟ୍ରେନ ତଳୁ ଟାଣି ଆଣିଥିଲେ। ଯାହା ଫଳରେ ମହିଳା ଯାତ୍ରୀ ଜଣକ ମରଣ ମୁହଁରୁ ଫେରିଆସିପାରିଛନ୍ତି । ରେଳ ବିଭାଗର ଜଚୠ କର୍ମଚାରୀ ଙ୍କ ଏପରି ସାହାସିକତା ପାଇଁ ଯାତ୍ରୀ ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି ।