Pratidin TV

Odisha's Digital News Platform

ଚିଟଫଣ୍ଡ ଠକେଇ ମାମଲା: ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

1 min read

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ(ଇଡି)ରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ ଶ୍ରୀ ତ୍ରିପାଠୀ ଇଡିରେ ହାଜର ହୋଇଥିବା ଜଣାଯାଇଛି । ଆଜି ହାଜର ହେବାକୁ ଇଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ନୋଟିସ ହୋଇଥିଲା ।

ପୂର୍ବରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପ୍ରଭାତ ଏବେ ବେଆଇନ ଅର୍ଥକାରବାରର ମାମଲାରେ ଇଡିରେ ପହଞ୍ଚିନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ୨୦୧୪ ଅକ୍ଟୋବରରେ ତାଙ୍କୁ ସିବିଆଇ ପଚରାଉଚୁରା କରିବା ପରେ ଗିରଫ କରିଥିଲା । ଏହା ପୂର୍ବରୁ ପ୍ରାୟ ୫ଥର ସେ ସିବିଆଇରେ ହାଜର ହୋଇଥିଲେ । ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ବାଙ୍କି ମହୋତ୍ସବ ପାଇଁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ଜେରାବେଳେ ଯାହାର ହିସାବ କିତାବ ଦେଇପାରିନଥିଲେ ପ୍ରଭାତ । ଯେଉଁଥି ପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *