Pratidin TV

Odisha's Digital News Platform

ମାଁ ମାଉଲୀଙ୍କ ପୀଠରେ ଚତ୍ମକାର , ଜଳ ଅଭାବୀ ସ୍ଥାନରେ ଦୁଇ ଫୁଟ୍ ତଳୁ ବାହ।ରିଲା ..

1 min read

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କମିରା ଗ୍ରାମରେ ମାଁ ମାଉଲୀଙ୍କ ପିଠରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପୁର୍ବରୁ କମିରା ଗ୍ରାମରେ ମାଁ ମାଉଲିଙ୍କ ଏକ ସାଧାରଣ ପୀଠ ଥିଲା ।

ତେବେ ଗ୍ରାମବାସୀ ସେଠାରେ ମାଁଙ୍କ ପାଇଁ ଏକ ମନ୍ଦିର ତିଆରି କରିବାକୁ ଚିନ୍ତା କରି ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଜଳର ଅଭାବ ଦେଖାଯାଇଥିଲା । ବାହାରୁ ପାଣି ଟାଂଙ୍କି ଆଣି ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ତାକୁ ସଂରକ୍ଷିତ ରଖିବା ପାଇଁ କୌଣସି ପ୍ରକାରର ସୁବିଧା ନଥିଲା । ତେବେ ପାଣି ଚିନ୍ତାରେ ସମସ୍ତେ ବ୍ୟସ୍ତ ଥିବାବେଳେ ଠିକ ସେହି ସମୟରେ ସେଠାରେ କଲମ ଗାତ ଖୋଳୁଥିବା ବେଳେ ମାତ୍ର ୨ ଫୁଟ ରେ ପାଣି ବାହାରିଥିଲା ।

Advertisement

ତେବେ ଗ୍ରାମର ଅନ୍ୟାନ୍ୟ ସ୍ଥାନରେ ୧୦ ରୁ ୨୦ଫୁଟ ରେ ପାଣି ବାହରୁଥିବା ବେଳେ ମାଁଙ୍କ ପୀଠରେ ମାତ୍ର ୨ ଫୁଟ ରେ ପାଣି ବାହାରିଥିଲା । ଯାହକୁ ଗ୍ରାମବାସୀ ମାନେ ମାଁଙ୍କ ମହିମା ବା ଚତ୍ମକାର ବୋଲି ପ୍ରତିକ୍ରିୟା ରଖିôଛନ୍ତି । ଏହାସହ ବର୍ତ୍ତମାନ ମାତ୍ର ୨ ଫୁଟ୍ ତଳୁ ପାଣି ବାହାରୁଥିବାରୁ ଗ୍ରାମବାସୀ ମାନେ ବେଶ୍ ଆନନ୍ଦିତ ଅଛନ୍ତି ।

Leave a Reply

Your email address will not be published. Required fields are marked *