ବଡ ଦାୟିତ୍ୱରେ ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ; ବନିଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ….
1 min readନୂଆଦିଲ୍ଲୀ : ଓଡିଆ ପୁଅ ହାତରେ ବଡ ଦାୟିତ୍ୱ । ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ । ସେ ବିଶ୍ୱ ପାଣିପାଗ ସଂଗଠନର ୩ୟ ଉପାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ୱାଲର୍ଡ ମେଟ୍ରୋଲୋଜି ଅରଗାନାଇଜେସନ୍ ଟ୍ୱିଟ୍ କରି କହିଛି ଯେ ‘ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଜ୍ଞୟ ମହାପାତ୍ର WMO ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ବହୁ ସମୟରେ ବାତ୍ୟାକୁ ନେଇ ତାଙ୍କର ଆକଳନ ସଠିକ୍ ସାବ୍ୟସ୍ତ ହୋଇଥାଏ । ଯାହାଫଳରେ ଓଡିଶା ଅନକେ ବାତ୍ୟାକୁ ଠିକ୍ ସମୟରେ ମୁକାବିଲା କରି ପାରିଛି ।
ତେବେ ମୃତ୍ୟୁଜ୍ଞୟ ମହାପାତ୍ରଙ୍କ ସମେତ ଆୟରଲ୍ୟାଣ୍ଡ ପାଣିପାଗ ବିଜ୍ଞାନ କେନ୍ଦ୍ରର ଇଅନ ମୋରଗନ ୨ୟ ଉପାଧ୍ୟକ୍ଷ । କୋଟେ ଡିଆଇଭର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡାଓଡା କୋନାଟେ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ WMO ପ୍ରଥମ ଉପାଧ୍ୟକ ଭାବେ ନିର୍ବାଚିତ ହୋଇଛନ୍ତି ।