Pratidin TV

Odisha's Digital News Platform

୨ ଦିନର ଅକ୍ଳାନ୍ତ ପରିଶ୍ରମ ; ମାଟିରେ ଶୋଇଛନ୍ତି ଦେଶର ପ୍ରକୃତ ହିରୋ ..

1 min read

ବାଲେଶ୍ୱର : ବାହନଗାର ଛାତିଥରା ଦୁର୍ଘଟଣା ପରେ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ ଯାହା ଆପଣଙ୍କ ଆଖିକୁ ଆଉଥରେ ଭିଜାଇଦେବ । ଆଖିରେ ଆଖିଏ ନିଦ କିନ୍ତୁ ଶୋଇପାରନ୍ତିନି ସେମାନେ । ଆମକୁ ସୁରକ୍ଷା ଦେବା ପାଇଁ ଯେକୌଣସି ପରିସ୍ଥିତିରେ ସଜାଗ୍ ଥାନ୍ତି ସେମାନେ । ନିଜ ଜୀବନକୁ ପାଣି ଛଡାଇ ଆଗ ଦେଶବାସୀଙ୍କ ବିଷୟରେ ଭାବନ୍ତି ସେମାନେ ।

ବାହାନଗାର ଭୟଙ୍କର ଦୃଶ୍ୟ ଗୋଟେ ପଟେ ଦେଶବାସୀଙ୍କ ଛାତିକୁ ଥରାଇଥିବା ବେଳେ ଅନ୍ୟପଟେ ଏନଡିଆରଏଫ୍ ଟିମ୍‌ର ଭାଇରାଲ ହେଉଥିବା ଏକ ଫଟୋ ଦେଶବାସୀଙ୍କ ମନକୁ ଆନ୍ଦୋଳିତ କରିଛି । ୨ ଦିନର ଅକ୍ଳାନ୍ତ ପରିଶ୍ରମ ପରେ କିଛି ମୁହୁର୍ତ୍ତ ପାଇଁ ଟାଙ୍ଗାରା ଭୂଇଁରେ ବିଶ୍ରାମ କରୁଛନ୍ତି ଉଦ୍ଧାରକାରୀ ଟିମ୍ ।

Advertisement

ଦୀର୍ଘ ୨ ଦିନ ଧରି ଟ୍ରେନରୁ ଆହତ ଲୋକମାନଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାରେ ଚାଲଯାଇଥିବା ଶହ ଶହ ଲୋକଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ନିଜର ଟିକିଏ କ୍ଲାନ୍ତି ମେଣ୍ଟାଇବାକୁ ୨ ମିନିଟ୍ ପାଇଁ ଟାଙ୍ଗାରା ଭୂଇଁରେ ଶୋଇପଡିଛନ୍ତି ଉଦ୍ଧାରକାରୀ ଟିମ୍ । ଯାହାର ଫଟୋ ବର୍ତ୍ତମାନ ଭାରତବାସୀଙ୍କୁ ଏକ ବଡ ପ୍ରେରଣା ଯୋଗାଇଛି । ନିଜ କର୍ତ୍ତବ୍ୟ ପ୍ରତି ସବୁବେଳେ ସଜାଗ୍ ଥାନ୍ତି ଏମାନେ । ସବୁଠୁ ଆଗ କର୍ତ୍ତବ୍ୟ ବୋଲି ଦେଶବାସୀଙ୍କ ଆଗରେ ଏକ ବଡ ଉଦାହରଣ ପାଲଟିଛନ୍ତି ଏହି ଉଦ୍ଧାରକାରୀ ଦଳ ।

ସୂଚନାଯୋଗ୍ୟ ଯେ ଜୁନ୍ ୨ ଅର୍ଥାତ୍ ଶୁକ୍ରବାର ବାଲେଶ୍ୱରର ବାହାନଗାରେ ଘଟିଥିଲା ଓଡ଼ିଶା ଇତିହାସରେ ସବୁଠୁ ଭୟାବହ ଟ୍ରେନ ଦୁର୍ଘଟଣା । ଯେଉଁଥିରେ ୨୬୧ଜଣଙ୍କ ମୃତ୍ୟୁ ଓ ୯୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *