Pratidin TV

Odisha's Digital News Platform

ଏକ୍ସପାରୀ ମେଡିସିନ୍ ନେଲା ୧୧ ମାସ ଶିଶୁର ଜୀବନ,ପ୍ରଶାସନର ଅବହେଳା ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ…

1 min read

ମୋହନା : ଅଙ୍ଗନବାଡିରେ ଦିଆଯାଇଥିବା ଭିଟାମିନ ମେଡିସିନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ ୧୧ ମାସର ଶିଶୁ । ଦୀର୍ଘ ୩ ମାସ ପର୍ଯ୍ୟନ୍ତ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଛି ୧୧ ମାସର ଶିଶୁ ପୁତ୍ର । ସୂଚନାଯୋଗ୍ୟ ଯେ ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗ୍ରାମରେ ଗତ ଏପ୍ରିଲ ମାସ ୧୧ ତାରିଖରେ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଶିଶୁମାନଙ୍କୁ ଭିଟାମିନ୍ ଔଷଧ ଖାଇବାକୁ ଦିଆଯାଉଥିଲା । ହେଲେ ସେହି ଭିଟାମିନ୍ ମେଡିସିନ୍ ଗୁଡିକର ଏକ୍ସପାରୀ ଡେଟ୍ ଚାଲିଯାଇଥିବାରୁ ସେଗୁଡିକୁ ଖାଇଥିବା ଶିଶୁମାନେ ଗୁରୁତର ହୋଇପଡିଥିଲେ ।

ତେବେ ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛ ସୁସ୍ଥ କରାଯାଇଥିବାବେଳେ ୧୧ମାସର ଶିଶୁ ସଞ୍ଚିତ ସଇଁସାର ଅବସ୍ଥା ଗୁରୁତର ରହିଥିଲା। ପ୍ରଥମେ ଶିଶୁଟିକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଆନ୍ଧ୍ର ବିଶାଖାପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶିଶୁଟିକୁ ଭୁବନେଶ୍ୱର ଏମ୍ସରେ କିଛି ଦିନ ଚିକିତ୍ସା କରାଯାଇଥିଲା। ପରେ ତାକୁ କଟକ ସ୍ଥିତ ଶିଶୁଭବନରେରେ ଭର୍ତ୍ତି କରାଯାଇଥିଲା।

Advertisement

ଏତେ ସବୁ ଚିକିତ୍ସା ପରେ ଅତି ଦୁଃଖର ବିଷୟ ଯେ ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣା ପରେ ପରିବାର ଏବଂ ଗ୍ରାମବାସୀ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଦାୟୀ କରିଛନ୍ତି । ତେଣୁ ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ପାରଳାଖେମୁଣ୍ଡି-ମୋହନା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଛି। ସୂଚନାଯୋଗ୍ୟ ଯେ ଶିଶୁ ମାନଙ୍କୁ ଏକ୍ସପାଇରୀ ଔଷଧ ଦେବା ଯୋଗୁଁ ଗୁରୁତର ହୋଇପଡିଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *